ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦ କାଶ୍ମୀର ଫାଇଲ୍ସକୁ ନେଇ ଦିନକୁ ଦିନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ୧୯୯୦ ମସିହାରେ କାଶ୍ମୀରରେ ପଣ୍ଡିତମାନଙ୍କୁ କରାଯାଇଥିବା ଅତ୍ୟାଚାର ଓ ହତ୍ୟାକୁ ନେଇ ଏହି ଫିଲ୍ମଟି ନିର୍ମିତ । ଏହା ମଧ୍ୟରେ ବିଧାନସଭାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଫିଲ୍ମକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ଫିଲ୍ମ କାଶ୍ମୀର ଫାଇଲ୍ସକୁ ୟୁଟ୍ୟୁବରେ ଅପଲୋଡ କରିବା ପାଇଁ ବିଜେପି ଏହି ଫିଲ୍ମର ନିର୍ଦ୍ଦେଶକ ବିବେକ ଅଗଃିହୋତ୍ରୀଙ୍କୁ କୁହନ୍ତୁ । ଏହା ଦ୍ୱାରା ସମସ୍ତେ ମାଗଣାରେ ଫିଲ୍ମଟିକୁ ଦେଖିପାରିବେ । କାଶ୍ମୀର ଫାଇଲ୍ସକୁ ଟିକସ ମୁକ୍ତ କରିବାକୁ ଦାବି କରାଯାଉଛି । ହେଲେ ଏହାକୁ ୟୁଟ୍ୟୁବରେ ଅପଲୋଡ କରିଦେଲେ, ଏହା ସମ୍ପୂର୍ଣ୍ଣ ମାଗଣାରେ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଏହାପରେ ଟିକସ ଫ୍ରି କରିବାର ଆବଶ୍ୟକତା କଣ ? କାଶ୍ମୀର ପଣ୍ଡିତଙ୍କ ନାମରେ ଅନେକ ଲୋକ କୋଟି କୋଟି ଟଙ୍କା ଆୟ କରୁଛନ୍ତି । ଖାଲି ପୋଷ୍ଟର ମାରି ନିଜର ପ୍ରଚାର କଲେ ଚଳିବ ନାହିଁ ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି । ସେପଟେ କେଜ୍ରିୱାଲଙ୍କ ଏଭଳି ବିବୃତ୍ତିରେ ବିଜେପି ନେତା ତଥା ଦଳର ଆଇଟି ସେଲର ମୁଖ୍ୟ ଅମିତ ମାଲଭିଆ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି ।
ତେବେ କେବଳ ଅମାନୁଷିକ, ନିଷ୍ଠୁର ତଥା ଦୁର୍ନୀତିଗ୍ରସ୍ତ ଲୋକ କାଶ୍ମୀର ହିନ୍ଦୁଙ୍କ ହତ୍ୟାକୁ ସ୍ୱୀକାର କରିପାରିବେ । କାଶ୍ମୀର ଫାଇଲ୍ସକୁ ଏକ ମିଥ୍ୟା ଫିଲ୍ମ ବୋଲି କହି କେଜ୍ରିୱାଲ ହିନ୍ଦୁ ସମ୍ପ୍ରଦାୟର କ୍ଷତ ଉପରେ ଆହୁରି କ୍ଷତ ଦେବା କାମ କରିଛନ୍ତି । ଯେଉଁମାନେ ଗତ ୩୨ ବର୍ଷ ଧରି ନିଜ ଦେଶରେ ଶରଣାର୍ଥୀ ଭାବରେ ରହିବାକୁ ବାଧ୍ୟ ହୋଇଥିଲେ । କାଶ୍ମୀର ଫାଇଲ୍ସ ସେହି ହିନ୍ଦୁଙ୍କ ଉପରେ ହୋଇଥିବା ନରସଂହାର ବିୟେରେ ଦେଖାଉଥିବାରୁ ଅର୍ବାନ ନକ୍ସଲଙ୍କ ପେଟରେ ଯନ୍ତ୍ରଣା ହେଉଛି ବୋଲି କେଜ୍ରିୱାଲଙ୍କୁ କହିଥିଲେ । ଏହା ପରେ ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।





