ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶର ପର୍ଯ୍ୟବେକ୍ଷକ ହେଲେ ଗୃହମନ୍ତ୍ରୀ ଅମିତ ଶାହ । ତାଙ୍କ ସହ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମଧ୍ୟ ଉତ୍ତରପ୍ରଦେଶର ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ତାଙ୍କ ସହ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବିଦେଶ ରାଜ୍ୟମନ୍ତ୍ରୀ ମିନାକ୍ଷୀ ଲେଖିଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ବିଜୟ ଲାଭ କରିଛି ।
ଯୋଗୀ ଆଦିତ୍ୟନାଥ ପୁଣିଥରେ ମୁଖ୍ୟମନ୍ତ୍ରୀ ହେବା ପାଇଁ ସଜବାଜ ହେଉଥିବା ବେଳେ ଏପରି ଖବର ସାମ୍ନାକୁ ଆସିବା ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଅନ୍ୟପଟେ ବିଜେପି ମଣିପୁର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆଇନମନ୍ତ୍ରୀ କିରଣ ରିଜିଙ୍କୁ ପର୍ଯ୍ୟବେକ୍ଷକ କରି ପଠାଇବାକୁ ଦଳ ନିଷ୍ପତ୍ତି ନେଇଛି । ସେହିପରି ଗୋଆ ପାଇଁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଏଲ ମୁର୍ଗନଙ୍କୁ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରାଯାଇଛି ।





