ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ଉତ୍ତରାଖଣ୍ଟର ପଞ୍ଚମ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ବିଜେପି ୫୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବାର ସୂଚନା ମିଳିଛି । ଅବଶିଷ୍ଟ ଆସନ ଗୁଡ଼ିକ ପୁନଃବିର୍ଚାର କରିବା ପରେ ପରବର୍ତ୍ତୀ ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ ପାଇବ ବୋଲି ବିଜେପି ସ୍ପଷ୍ଟ କରିଛି । ପ୍ରଥମ ପର୍ଯ୍ୟାୟରେ ପାଞ୍ଚ ଜଣ ମହିଳାଙ୍କୁ ଟିକେଟ ଦିଆଯାଇଛି ।
ଅନ୍ୟପଟେ ଖତିମା ଆସନରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଉତ୍ତରାଖଣ୍ଡ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ସେପଟେ ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ବିଧାୟକଙ୍କ ଟିକେଟ କଟାଯାଇଛି । ଏପରିକି କୁଅଂର ପ୍ରଣବ ଚାମ୍ପିଅନଙ୍କ ଟିକେଟ କଟାଯାଇଥିବାର ଦେଖିବାକୁ ମିଳିଛି । ତାଙ୍କ ସ୍ଥାନରେ ତାଙ୍କ ପତ୍ନୀଙ୍କୁ ଟିକେଟ ଦିଆଯାଇଛି ।





