ଉତ୍ତରାଖଣ୍ଡ ପଲିଟିକ୍ସ; ମାର୍ଚ୍ଚ ୧୦ ରେ କଂଗ୍ରେସ ସରକାର ଗଠନ ହେବ, ଯାହା ମୋର ଦଳ ପାଇଁ କ୍ଷମା ପ୍ରାର୍ଥନା ହେବ: ହରକ ସିଂହ ରାୱତ

ଉତ୍ତରାଖଣ୍ଡ(ସତ୍ୟପାଠ ବ୍ୟୁରୋ): ବିଜେପିରୁ ୬ ବର୍ଷ ବହିଷ୍କୃତ ହେବା ପରେ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ କଂଗ୍ରେସରେ ମିଶିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକିନା ତାଙ୍କୁ ଦଳରେ ମିଶାଇବା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଅନେକ ସାରା ସତ୍ତ୍ୱ ରଖିଥିଲେ । ଏପରିକି ତାଙ୍କୁ ଦଳ ଛାଡ଼ି ଯିବା କାରଣରୁ ଭୁଲ ମାଗିବାକୁ ମଧ୍ୟ କହିଥିଲେ । ଏହା ମଧ୍ୟରେ କଂଗ୍ରେସରେ ମିଶୁମିଶୁ ହରକ ସିଂହ ରାୱତ ବଡ଼ ବୟାନ ଦେଇଛନ୍ତି । ତେବେ ମାଚ୍ଚର୍କ ୧୦ରେ ଉତ୍ତରାଖଣ୍ଡରେ କଂଗ୍ରେସ ସରକାର ଗଠନ କରିବ । ଯାହା ମୋର କଂଗ୍ରେସ ପ୍ରତି କ୍ଷମା ପ୍ରାର୍ଥନା ହେବ ବୋଲି ହରକ ସିଂହ ରାୱତ କହିଛନ୍ତି ।

ଚଳିତଥର କଂଗ୍ରେସ ଅନେକ ସିଟରେ ରାଜ୍ୟରେ ଜିତିବାକୁ ଯାଉଛି । ଯଦି ମାର୍ଚ୍ଚ ୧୦ ରେ ରାଜ୍ୟରେ ବହୁ ସଂଖ୍ୟାରେ କଂଗ୍ରେସ ସରକାର ଗଠନ ହେବ, ତେବେ ମୁଁ ଅନୁଭବ କରିବି ଯେ ମୁଁ କ୍ଷମା ମାଗିଛି। ମୁଁ ସେଦିନ ସବୁଠାରୁ ଖୁସି ହେବି । ସେପଟେ କଂଗ୍ରେସରେ ମିଶିଲେ ସତ କିନ୍ତୁ ବିଜେପି ମନରୁ ଯାଉନାହିଁ ବୋଲି ଅନୁମାନ କରାଯାଉଛି । କାହିଁକିନା ଅମିତ ଶାହ କହିଥିବାର କଥା ସେ ମନେପକାଇଥିଲେ । ତେବେ ବନ୍ଧୁତା ଭାଙ୍ଗିବା କଥା ନୁହଁ ବୋଲି ଅମିତ ଶାହ ମୋତେ କହିଥିଲେ । କିନ୍ତୁ ମୁଁ ଶେଷ ପର୍ଯ୍ୟନ୍ତ ବନ୍ଧୁତା ବଜାୟ ରଖିଥିଲି । ଏହାର ଫଳସ୍ୱରୂପ ଚଳିତଥର ରାଜ୍ୟରେ କଂଗ୍ରେସ ଜିତିବାକୁ ଯାଉଛି ବୋଲି କଂଗ୍ରେସ ଦଳରେ ମିଶିବା ପରେ ହରକ ସିଂହ ରାୱତ କହିଛନ୍ତି ।

Related Posts