ବଳାତ୍କାର ମାମଲାରେ ଚାର୍ଜଶିଟ ଦାଖଲ ନ ହେବା ପର୍ଯ୍ୟନ୍ତ ପୀଡିତାଙ୍କ ବୟାନ ବାହାରେ ପ୍ରକାଶ କରାଯିବା ଉଚିତ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ମାନ୍ୟବର ସୁପ୍ରିମକୋର୍ଟ ବଳାତ୍କାର ପୀଡିତାଙ୍କ ପରିଚୟ ତଥା ବୟାନକୁ ଗୁପ୍ତ ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ବଳାତ୍କାର ମାମଲାରେ ଚାର୍ଜଶିଟ କିମ୍ବା ଚୂଡ଼ାନ୍ତ ରିପୋର୍ଟ ଦାଖଲ ନ ହେବା ପର୍ଯ୍ୟନ୍ତ ସିଆରପିସିର ଧାରା ୧୬୪ ଅନୁଯାୟୀ ବଳାତ୍କାର ପୀଡିତାଙ୍କ ବୟାନ ବାହାରେ ପ୍ରକାଶ ନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ।

ଏହି ଅବମାନନା ଆବେଦନ ଶୁଣାଣି ସମୟରେ ପ୍ରଧାନ ବିଚାରପତି ୟୁୟୁ ଲଲିତ ଏବଂ ଜଷ୍ଟିସ ବେଲା ତ୍ରିବେଦୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଏହି ମାମଲା ସହ ଜଡିତ ଶୁଣାଣି ନିୟମକୁ ପରିବର୍ତ୍ତନ ଏବଂ ସଂଶୋଧନ କରିବାକୁ ସୁପ୍ରିମକୋର୍ଟ ଦେଶର ସମସ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅବମାନନା ଆବେଦନ କରିଥିବା ଆବେଦନକାରୀ ଅଭିଯୋଗ କରିଛନ୍ତି ଯେ ସିଆରପିସିର ଧାରା ୧୬୪ ଅନୁଯାୟୀ ନିଆଯାଇଥିବା ତାଙ୍କ ଝିଅର ବୟାନ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ଦିଆଯାଇଛି। ଏହି ମାମଲାରେ କୋର୍ଟ ଏକ କଠୋର ମନ୍ତବ୍ୟ ଦେବା ସହିତ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ତେବେ ସୁପ୍ରିମକୋର୍ଟ ଏହି ମାମଲାରେ ଅବମାନନା ପ୍ରକ୍ରିୟା ଆରମ୍ଭ କରିନାହାଁନ୍ତି ।

Related Posts