ଭଞ୍ଜନଗର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପଞ୍ଝାରେ ଆଉ ଜଣେ ଯନ୍ତ୍ରୀ | ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ | ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ୬ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସ ।
ଭଂଜନଗର ଇରିଗେସନ୍ କଲୋନୀରେ ଥିବା କ୍ୱାଟର୍ସ, ଭଂଜନଗରରେ ଥିବା ଅଫିସ୍, ଭୁବନେଶ୍ୱର ଖଣ୍ଡଗିରିରେ ଥିବା ଫ୍ଲାଟ୍, କସ୍ମୋପଲିସ୍ରେ ଥିବା ଫ୍ଲାଟ୍, ଜାଗମରାରେ ଥିବା ତିନି ମହଲା କୋଠା, ଗଞ୍ଜାମ ଖଲ୍ଲିକୋଟର ଲଙ୍ଗଳେଶ୍ୱରରେ ଥିବା ପୈତୃକ ଘରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ।
୫ ଡିଏସ୍ପିଙ୍କ ସମେତ ୧୧ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କ ପାସବୁକ ଜବତ ହୋଇଥିବା ବେଳେ ଏହାର ସମ୍ପୂର୍ଣ୍ଣ ବିବରଣୀ ମିଳିପାରିନି।
ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଭିଜିଲାନ୍ସ ଆକ୍ସନ ମୁଡ଼ ରେ ଥିବା ବେଳେ, ଅନେକ ଅଧିକାରୀଙ୍କ ଘରେ ଅଚାନକ ଚଢ଼ାଉ କରୁଛି |





