କଂଗ୍ରେସ ଛାଡିଲେ, ଅସନ୍ତୋଷ ଝାଡିଲେ ବିଜୟ ପଟ୍ଟନାୟକ

ଭୁବନେଶ୍ୱର,୧୬/୮(ସତ୍ୟପାଠ ବ୍ୟୁରୋ): କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ | ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର ମେଲ୍‌ ଯୋଗେ ଏଆଇସିସିକୁ ପଠାଇଛନ୍ତି। ବିଜୟ ଦଳ ପ୍ରତି ଅସନ୍ତୁଷ୍ଟ ହୋଇ ଇସ୍ତଫା ଦେଇଥିବା କୁହାଯାଉଛି। ସାଧାରଣ ନିର୍ବାଚନ-୨୦୨୪ରେ କଂଗ୍ରେସ ତାଙ୍କୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିରୁ ପ୍ରାର୍ଥୀ କରିଥିଲା। ନିର୍ବାଚନ ପୂର୍ବରୁ ବିଜୟ ପଟ୍ଟନାୟକଙ୍କୁ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା। ହେଲେ ନିର୍ବାଚନ ସମୟରେ ତାଙ୍କ ଠାରୁ ପଦବି କାଢ଼ି ନିଆଯାଇଥିଲା। ନିକଟରେ ଗଠନ ହୋଇଥିବା ପିସିସି ଷ୍ଟିୟାରିଂ କମିଟିରେ ମଧ୍ୟ ବିଜୟଙ୍କୁ ସ୍ଥାନ ମିଳିନଥିଲା | ଏହାପରେ ଆଜି ସେ ଦଳ ଛାଡିଛନ୍ତି |

କଂଗ୍ରେସ ଛାଡ଼ିବା ପରେ ଗଣମାଧ୍ୟମକୁ ବିଜୟ ପଟ୍ଟନାୟକ ପ୍ରତିକ୍ରିୟା ଦେଇ ଅସନ୍ତୋଷ ଝାଡ଼ିଛନ୍ତି। ସେ କହିଛନ୍ତି ଯେ, ଦଳରେ ମୋର କୌଣସି କାମ ନାହିଁ। ଦଳ ମୋତେ ଗୁରୁତ୍ବ ଦେଉନାହିଁ । ଦଳରେ ମୋର ପ୍ରେଷ୍ଟିଜ ନାହିଁ କି ସ୍ଥାନ ନାହିଁ | ଦଳ ପାଇଁ ମୁଁ ଆଉ ୟୁଜଫୁଲ ନୁହଁ ଅନୁଭବ କରିବାରୁ ଦଳ ଛାଡ଼ିଛି ବୋଲି ବିଜୟ କହିଛନ୍ତି। ଏହାସହିତ ଅନ୍ୟ ଦଳକୁ ଯିବା ଚର୍ଚ୍ଚାକୁ ମଧ୍ୟ ସେ ଖଣ୍ଡନ କରିଛନ୍ତି | ମୁଁ ଅନ୍ୟ ଦଳକୁ ଯିବି ନାହିଁ। କିନ୍ତୁ ଲୋକଙ୍କର ସେବା ଜାରି ରଖିବି ବୋଲି ସେ କହିଛନ୍ତି।

Related Posts