ଭିମସାରରେ ମହିଳା ଫାର୍ମାସିଷ୍ଟଙ୍କୁ ଡାକ୍ତରଙ୍କ ଦୁର୍ବ୍ୟବହାରର ଭିଡ଼ିଓ ଭାଇରଲ, ଫାର୍ମାସିଷ୍ଟ ସଂଘ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଦାବି

ଭୁବନେଶ୍ୱର,୧୧/୫(ସତ୍ୟପାଠ ବ୍ୟୁରୋ): ବୁର୍ଲା ଭିମସାରର ଜଣେ ଡାକ୍ତର ମେଡିକାଲରେ କାର୍ଯ୍ୟରତ ଜଣେ ମହିଳା ଫାର୍ମାସିଷ୍ଟଙ୍କୁ ଦୁର୍ବ୍ୟବହାର କରୁଥିବାର ଏକ ଭିଡ଼ିଓ ଭାଇରାଲ ହୋଇଛି। ଏହି ଘଟଣାଟି ମେଡିକାଲର ଆଉଟଡୋର ପରିସରରେ ଥିବା ନିରାମୟ କେନ୍ଦ୍ରର ବୋଲି ଜଣାପଡିଛି। ନିରାମୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଫାର୍ମାସିଷ୍ଟଙ୍କୁ ଜଣେ ଡାକ୍ତର କୌଣସି ଜଣେ ରୋଗୀଙ୍କ ମେଡିସିନ ମାଗିବାକୁ ଆସି ଉଭୟଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହୋଇଥିବା ଜଣାପଡିଛି।

ଭାଇରାଲ୍ ଭିଡ଼ିଓରେ ଦେଖିବାକୁ ମିଳୁଛି ଯେ, ଉଭୟ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ମଧ୍ୟରେ ଡକ୍ଟର ଜଣକ ଉକ୍ତ ମହିଳାଙ୍କୁ ପ୍ରବଳ ପାଟିକରି ଦୁର୍ବ୍ୟବହାର କରୁଥିବା ଜଣାପଡୁଛି। ମହିଳା ଫାର୍ମାସିଷ୍ଟ ଜଣକ ମଧ୍ୟ ଡାକ୍ତରଙ୍କୁ କାହିଁକି ଏଭଳି ବ୍ୟବହାର ମୋତେ ପ୍ରଦର୍ଶନ କରୁଛନ୍ତି ବୋଲି କହିବା ସହିତ ଆପଣଙ୍କ ନାଁରେ କର୍ତୃପକ୍ଷଙ୍କ ନିକଟରେ ଲିଖିତ ଅଭିଯୋଗ କରିବି ବୋଲି ଭିଡ଼ିଓରେ କହୁଥିବା ଜଣାପଡୁଛି।

ତେବେ ଏହି ଭିଡ଼ିଓ ଭାଇରାଲ ହେବାପରେ ଫାର୍ମାସିଷ୍ଟ ସଂଘ ପକ୍ଷରୁ ଏହାକୁ ନିନ୍ଦା କରାଯିବା ସହିତ ଭିମସାରର ବରିଷ୍ଠ ଅଧିକାରୀଙ୍କୁ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହାସହିତ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଟୁଇଟ୍ କରି ମହିଳା ଫାର୍ମାସିଷ୍ଟଙ୍କ ପାଇଁ ନ୍ୟାୟ ମଗାଯାଇଛି।

Related Posts