ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଭିସେରା ରିପୋର୍ଟରେ ଆଲକୋହଲ୍ ଥିବା ଏସପିଙ୍କ ସୂଚନା

ଭୁବନେଶ୍ୱର,୨୫/୪(ସତ୍ୟପାଠ ବ୍ୟୁରୋ): ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁର ପ୍ରାୟ ଦୁଇମାସ ପରେ ତାଙ୍କ ଭିସେରା ରିପୋର୍ଟ୍ ପୋଲିସର ହସ୍ତଗତ ହୋଇଛି। ଏହି ରିପୋର୍ଟରେ ସେ ଇଥାଇଲ୍ ଆଲକୋହଲ ସେବନ କରିଥିବାର ପ୍ରମାଣ ମିଳିଛି। ଅର୍ଥାତ୍ ଚିନ୍ମୟୀ ସେହି ରାତିରେ ମଦ୍ୟପାନ କରିଥିଲେ। ସେ ଓ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ହୋଟେଲରେ ମଦ ପିଇଥିବାର ସିସିଟିଭି ଫୁଟେଜରୁ ଜଣାପଡ଼ିଥିଲା। ଏନେଇ ସମ୍ବଲପୁର ଏସ୍ ପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ଫେବ୍ରୁଆରି ମାସ ୨୮ ତାରିଖରେ ଚିନ୍ମୟୀ ତାଙ୍କ ସ୍ନାତକୋତ୍ତର ଡିଗ୍ରି ହାସଲ କରିବା ପାଇଁ ଭିସୁଟ୍‌ର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାପାଇଁ ଆସିଥିଲେ। ସେହିଦିନ ସନ୍ଧ୍ୟାରେ ସେ ତାଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କ ସହ ନିକଟସ୍ଥ ଏକ ଢାବାକୁ ଖାଇବାକୁ ଯାଇଥିଲେ। ରାତିରେ ସେ ଭୁବନେଶ୍ୱର ଯିବାପାଇଁ ଏକ ବସ୍ ଟିକେଟ୍‌ ମଧ୍ୟ ନେଇଥିବା କଥା ତାଙ୍କ ମାଆଙ୍କୁ କହିଥିଲେ। କିନ୍ତୁ, ହଠାତ୍ କଣ ହେଲା ଯେ ତାଙ୍କ ମୃତ୍ୟୁର ଖବର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହିତ ପରିବାର ବର୍ଗ ପାଇଥିଲେ। ଏହାକୁ ଆଧାର କରି ଚିନ୍ମୟୀଙ୍କ ମାଆ ଏହା ଆତ୍ମହତ୍ୟା ନୁହେଁ ତାଙ୍କ ଝିଅର ହତ୍ୟା ହୋଇଛି ବୋଲି ବୁର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅପରପକ୍ଷରେ ପ୍ରୀତିମାନ ଓ ତାଙ୍କର ବନ୍ଧୁ ମାନସଙ୍କ ମିଛଧରା (ଲାଇ ଡିଟେତ୍କ୍ସନ୍) ଟେଷ୍ଟ ମଧ୍ୟ କରାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ସେମାନେ କୌଣସି ଭୁଲ୍ ତଥ୍ୟ ଦେଇ ନାହାନ୍ତି ବୋଲି ପୁଲିସ୍ ପକ୍ଷରୁ କୁହାଯାଇଥିଲା।

Related Posts