ରାଜନୀତିରୁ ସନ୍ୟାସ ନେଲେ ଭିକେ ପାଣ୍ଡିଆନ

ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ):  ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଭିକେ ପାଣ୍ଡିଆନ । ଏକ ଭିଡିଓ ବାର୍ତ୍ତ ଜରିଆରେ ଘୋଷଣା କଲେ ଭିକେ ପାଣ୍ଡିଆନ । ରାଜନୀତି ଛାଡ଼ିବା ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କଲେ ପାଣ୍ଡିଆନ୍ । ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ୍‌ ଘୋଷଣା କରିଥିଲେ ଯେ ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ।

ପାଣ୍ଡିଆଅନ କହିଛନ୍ତି, ମୁଁ ରାଜନୀତିକୁ ଆସିଥିଲି କେବଳ ମୋ ଗୁରୁ ନବୀନ ପଟ୍ଟନାୟକଙ୍କ ସାହାର୍ଯ୍ୟ କରିବାକୁ । ମୁଁ ଦଳର କୌଣସି ପଦବୀରେ ବି ନଥିଲି, କି ପ୍ରାର୍ଥୀ ବି ହୋଇନଥିଲି । ମୁଁ ରାଜନୀତି ଭିତରେ ଯାହା ବି କାମ କରିଛି କେବଳ ଓଡିଶା ଆଉ ନବୀନ ପଟ୍ଟନାୟକଙ୍କ ପାଇଁ । ଚାକିରି କ୍ୟାରିୟରରେ ଭିତରେ ମୋ ପୈତୃକ ସମ୍ପତ୍ତି ଛଡା ସାରା ବିଶ୍ୱରେ ମୋର କେଉଁଠି ବି ସମ୍ପତ୍ତି ନାହିଁ ।

ତେବେ ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ସନ୍ନ୍ୟାସ ଘୋଷଣା କଲେ ଭିକେ ପାଣ୍ଡିଆନ୍‌।

Related Posts