ଆଜି ପ୍ରକାଶ ପାଇବ ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ | ଏନେଇ ସକାଳ ୮ଟାରୁ ଆରମ୍ଭ ହୋଇଯାଇଛି ଭୋଟ ଗଣତି | ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ |
ଏବେ ସୁଦ୍ଧା ଟ୍ରେଣ୍ଡ ଅନୁଯାୟୀ ଉତ୍ତରପ୍ରଦେଶରେ ଆଗୁଆ ରହିଛି ବିଜେପି । ଏବେଯାଏଁ ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶରେ ମୋଟ ୪୦୩ ସିଟରୁ ବିଜେପି ୬୭ଟି ଆସନରେ ଆଗୁଆ ଥିବାବେଳେ ସମାଜବାଦୀ ପାର୍ଟିକୁ ମିଳିଛି ୬୦ ଆସନ । ଏହି ଦୁଇଦଳ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳୁଛି । ସେହିପରି ବିଏସପିକୁ ୨ଟି ଆସନ ମିଳିଥିବା ବେଳେ କଂଗ୍ରେସ ଏଯା,ଁ ଖାତା ଖୋଲିନଥିବା ଜଣାପଡିଛି ।
ପଂଜାବରେ କିନ୍ତୁ ଆପର ଦବଦବା ଦେଖିବାକୁ ମିଳୁଛି । ଆପ୍ ୩୯ଟି ଆସନରେ ଆଗୁଆ ଥିବାବେଳେ ବିଜେପିକୁ ମିଳିଛି ୨୧ଟି ଆସନ । ହେଲେ କଂଗ୍ରେସକୁ ମାତ୍ର ୨ଟି ଆସନ ମିଳିପାରିଛି ।
ଅନ୍ୟପଟେ ଉତ୍ତରାଖଣ୍ଡରେ ମୋଟ ୭୦ଟି ଆସନରୁ ବିଜେପିକୁ ୧୨ଟି ଆସନ ମିଳିଥିବାବେଳେ କଂଗ୍ରେସ ୧୩ଟି ଅସେନରେ ଆଗୁୁଆ ରହିଛି । ହେଲେ ଆପ୍ କିମ୍ବା ଅନ୍ୟଦଳଙ୍କୁ ଏଯାଏଁ କୌଣସି ଆସନରେ ଆସିପାରିନାହିଁ ।





