ଭୁବନେଶ୍ୱର: ଇସ୍ତଫା ଦେଲେ ୱାସିମ ଜାଫର। ଓଡ଼ିଶା କ୍ରିକେଟର ମୁଖ୍ୟ କୋଚ ପଦରୁ ୱାସିମ ଜାଫର ଇସ୍ତଫା ଦେଇଛନ୍ତି । ଶନିବାର ଦିନ ସେ ଇସ୍ତଫା ଦେଇଥିବା ବେଳେ, ତାଙ୍କ ଇସ୍ତଫା ପତ୍ରକୁ ଗ୍ରହଣ କରିଛି ଓସିଏ |
ଓଡ଼ିଶା ରଣଜୀ ଟିମର କୋଚ ପଦ ପାଇଁ ୱାସିମ ଓସିଏ ସହିତ ଦୁଇ ବର୍ଷୀୟା ଚୁକ୍ତି କରିଥିଲେ।
ଗତବର୍ଷ ସେପ୍ଟେମ୍ବର ମାସରେ ଏହି ଚୁକ୍ତି ହୋଇଥିବା ବେଳେ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଏହି ଚୁକ୍ତି ବଳବତ୍ତର ରହିଥାନ୍ତା, ହେଲେ ଏହା ପୂର୍ବରୁ ୱାସିମ ଜାଫର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କାରଣ ତାଙ୍କୁ ବାଂଲାଦେଶରୁ ଏକ ଅଫର ମିଳିଛି।
ବାଙ୍ଗଲାଦେଶର ୧୯ ବର୍ଷରୁ କମ ଟିମର କୋଚ ହେବା ପାଇଁ ବାଙ୍ଗଲାଦେଶ କ୍ରିକେଟ ବୋର୍ଡ ଜାଫରଙ୍କୁ ଅଫର କରିଛି। ଜାଫର ଅଫର ଗ୍ରହଣ କରିବା ସହ ଖୁବଶୀଘ୍ର ଟିମ୍ରେ କୋଚ ଭାବେ ଯୋଗ ଦେବେ। ଏଥିପାଇଁ ସେ ଚୁକ୍ତି ପୂର୍ବରୁ ଓସିଓରୁ ଇସ୍ତଫା ଦେଇଥିବା ସୂଚନା ମିଳିଛି।
ସେପଟେ ଜାଫରଙ୍କ ସ୍ଥାନରେ ପୂର୍ବତନ ରଣଜୀ ଖେଳାଳି ଏସ.ଶ୍ରୀକାନ୍ତ ଓଡ଼ିଶା ରଣଜୀ ଦଳର କୋଚ ଭାବେ ମନୋନୀତ କରିଛି କ୍ରିକେଟ ଆଡଭାଇଜରୀ କମିଟି। ଏସ.ଶ୍ରୀକାନ୍ତ ଏବେ ଓଡ଼ିଶା କ୍ରିକେଟ ଏକାଡେମୀ ପାଇଁ ବୈଷୟୀକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।





