ରାଜଧାନୀରେ ବେଆଇନ୍ ପୋଷ୍ଟର ମାରୁଥିଲେ ସାବଧାନ୍: ବିଏମସି ଲଗାଇବ ମୋଟା ଅଙ୍କର ଫାଇନ

ଭୁବନେଶ୍ଵର (ସତ୍ୟପାଠ ବ୍ୟୁରୋ): ରାଜଧାନୀରେ ଏଣେତେଣେ ପୋଷ୍ଟର ମାରୁଥିଲେ ସାବଧାନ୍ । ଆପଣଙ୍କୁ ଗଣିବାକୁ ପଡିପାରେ ମୋଟା ଅଙ୍କର ଫାଇନ୍ । କାହିଁକି ନା ଏତେତେଣେ ପୋଷ୍ଟର ମାରିଲେ ଏବେ ମୋଟା ଅଙ୍କର ଜରିମାନା ଆଦାୟ କରୁଛି ଭୁବନେଶ୍ୱର ମହାନଗର ନିଗମ ।

ଏହିକ୍ରମରେ ବିଏମସି ଏକ ଯାତ୍ରା ପାର୍ଟି ଏବଂ ଏକ ଘରୋଇ ଟିଭି ଚ୍ୟାନେଲକୁ ଫାଇନ୍ କରିଛି ।ରାଜଧାନୀର ଏଣେତେଣେ ପୋଷ୍ଟର ମାରୁଥିବାରୁ ଏହି ଫାଇନ୍ କଟାଯାଇଛି । ବେଆଇନ୍ ଭାବେ ପୋଷ୍ଟର ଲଗାଉଥିବାରୁ ଯାତ୍ରା ବିଶ୍ୱ ଦରବାରକୁ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ସେହିପରି ଏକ ଘରୋଇ ଟିଭି ଚ୍ୟାନେଲକୁ ମଧ୍ୟ ୫୦ ହଜାର ଟଙ୍କା ଜରିମାନା କରାଯାଇଛି । ଏନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଥିବାବେଳେ । ଆଗକୁ ମଧ୍ୟ ହୋଡିଂ କିମ୍ବା ପୋଷ୍ଟର ଲଗାଇଲେ ଫାଇନ୍ କରାଯିବ ବୋଲି ସୂଚନା ଦିଆଯାଇଛି ।

Related Posts