ମହୁଆ ମୋଇତ୍ରାଙ୍କ ବିରୋଧରେ ଆମେ ଏଫାଇଆର ଦାଖଲ କରିବୁ: ଶୁଭେନ୍ଦୁ ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ମଙ୍ଗଳବାର ଏକ ଘରୋଇ ଚ୍ୟାନେଲ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ତୃଣମୂଳ କଂଗ୍ରେସ ର ସାଂସଦ ମହୁଆ ମୋଇତ୍ରା ଏକ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚା କୁ ଆସିଥିଲେ। “କାଳୀ” ଫିଲ୍ମ ର ପୋଷ୍ଟର ବିଷୟରେ କହିବାକୁ ଯାଇ ସେ କହିଥିଲେ ” ମୋ ପାଇଁ କାଳୀ ହେଉଛନ୍ତି ମାଂସ ଖାଉଥିବା ଓ ମଦ୍ୟପାନ କରୁଥିବା ଦେବୀ। ତୁମର ନିଜ ଦେବୀ ଙ୍କୁ କଳ୍ପନା କରିବାର ସ୍ବାଧିନତା ରହିଛି । କିଛି ସ୍ଥାନ ରେ ଈଶ୍ୱର ଙ୍କୁ ୱିସ୍କି ଅର୍ପଣ କରାଯାଏ।”

ତାଙ୍କର ଏହି ମନ୍ତବ୍ୟ ଦେବା ପରେ ବିଭିନ୍ନ ସ୍ଥାନ ରେ ଏହାକୁ ନାପସନ୍ଦ କରାଯିବ ସହ ନିନ୍ଦା ମଧ୍ୟ କରାଯାଇଛି। ଏହି ଘଟଣା ବିଷୟରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି “ଆମେ ମହୁଆ ଙ୍କ ବିରୋଧ ରେ ଏଫାଇଆର ଦାଖଲ କରିବୁ” ଓ ତାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି।

Related Posts