‘ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦେବାକୁ ଚେଷ୍ଟା କରିବୁ’: ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣାରେ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଣିପୁରରେ ଦୁଇ ମହିଳାଙ୍କୁ ନିବସ୍ତ୍ର କରି ବୁଲାଇବା ଘଟଣା ସାମ୍ନାକୁ ଆସିବା ପରେ ଚିନ୍ତା ବ୍ୟକ୍ତ କରି ଘଟଣାରେ ହସ୍ତକ୍ଷେପ କରିଥିଲେ ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ। ସେ ଗୁରୁବାର ଟ୍ୱିଟ କରି ଲେଖିଛନ୍ତି, ‘ଦୁଇଜଣ ମହିଳାଙ୍କୁ ଅସମ୍ମାନ ଓ ଅମାନୁଷିକ ବ୍ୟବହାର କରାଯାଇଛି।ଏହି ଭିଡିଓ ସାମ୍ନାକୁ ଆସିବା ପରେ ମଣିପୁର ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅପରାଧିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗୁରୁବାର ଅର୍ଥାତ୍ ଆଜି ସକାଳେ ଜଣଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ଏହି ମାମଲା ତଦନ୍ତ ଚାଲିଛି । ସବୁ ଅପରାଧିଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ଯେଉଁଠି ମୃତ୍ୟୁଦଣ୍ଡ ଉପରେ ବି ବିଚାର କରଯିବ। ଏହା ଜଣାନ୍ତୁ ଯେ, ଆମ ସମାଜରେ ଏପରି ଘୃଣ୍ୟ କାର୍ଯ୍ୟ ପାଇଁ କୌଣସି ସ୍ଥାନ ନାହିଁ ।’

ସେପଟେ ଘଟଣାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି କେନ୍ଦ୍ରକୁ କହିଛନ୍ତି ଯେ, ‘ଏହି ଭିଡିଓ ଆମକୁ ବ୍ୟତିବ୍ୟସ୍ତ କରିଛି। ଦୋଷୀଙ୍କ ବିରେଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ। ଏହି ମାମଲାରେ ସୁପ୍ରିମକୋର୍ଟ ମାଗିଛି କେନ୍ଦ୍ରର ଜବାବ। CJI କହିଛନ୍ତି ଲୋକତନ୍ତ୍ରରେ ଏହା ଆଦୌ ସ୍ୱୀକାର ନୁହେଁ। ଏହି ମାମଲାରେ ଆସନ୍ତା ଶୁକ୍ରବାର ଶୁଣାଣୀ ହେବ। CJI ଲୋକତନ୍ତ୍ରରେ ଏଭଳି ଘଟଣାକୁ ବରଦାସ୍ତ କରିହେବନି। ସରକାର ତୁରନ୍ତ ଏହା ଉପରେ କାର୍ଯ୍ୟନୁଷ୍ଠାନ ନିଅନ୍ତୁ, ନଚେତ୍ ଆମେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବୁ।’

ସେପଟେ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଏହି ଘଟଣା ପାଇଁ ୧୪୦ କୋଟି ଭାରତୀୟ ଲଜ୍ଜିତ। ଦୁଷ୍କର୍ମକାରୀ ନିସ୍ତାର ପାଇବେ ନାହିଁ ବୋଲି ଆଜି ସଂସଦର ମୌସୁମୀ ଅଧିବେଶନ ଆଗରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ମଣିପୁରରେ ଦଳେ ବ୍ୟକ୍ତି ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଥିବା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓ ଦେଖିବା ପରେ ପରେ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ସମସ୍ତେ ଦାବି କରୁଛନ୍ତି। ଲୋକେ ମର୍ମାହତ ହେବା ସହ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଦୁଇ ମହିଳାଙ୍କ ସହିତ ଏକ କ୍ଷେତ୍ରରେ ସାମୂହିକ ଦୁଷ୍କର୍ମ କରାଯାଇଥିବା ଏକ ଆଦିବାସୀ ସଂଗଠନ ଅଭିଯୋଗ କରିଛନ୍ତି। ଏହି ଘଟଣା ମେ ୪ ତାରିଖ ଦିନ ରାଜଧାନୀ ଇମ୍ଫାଲଠୁ ପାଖାପାଖି ୩୫ କିଲୋମିଟର ଦୂର କାଙ୍ଗପୋକପି ଜିଲ୍ଲାର ବୋଲି ‘ଇଣ୍ଡିଜେନସ୍‌ ଟ୍ରାଇବାଲ୍‌ ଲିଡର୍ସ ଫୋରମ୍‌’ (ଆଇଟିଏଲ୍‌ଏଫ୍‌) ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି।

Related Posts