ବଡ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ | ମଝି ଆକାଶରେ ଘଟିଥାନ୍ତା ଏକ ବଡ ଅଘଟଣ | ତେବେ ପାଇଲଟଙ୍କ ଉପସ୍ଥିତ ବୃଦ୍ଧି ପାଇଁ ଏକ ବଡ ଅଘଟଣ ଟଳି ଯାଇଥିବା କହିଛନ୍ତି ଦିଦି | ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବା ପରେ ପଶ୍ଚିମବଙ୍ଗ ଫେରୁଥିବା ସମୟରେ ତାଙ୍କ ବିମାନ ଆଗକୁ ଚାଲିଆସିଥିଲା ଆଉ ଏକ ବିମାନ | ତେବେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଥିବା ଖୋଜ ନିଜେ ଏନେଇ ସୂଚନା ଦେଇଛନ୍ତି ମମତା ବାନାର୍ଜୀ| ଏଥିସହ ପିଠି ଏବଂ ଛାତିରେ ଆଘାତ ଲାଗିଥିବା ସହ ମୁଁ ଏବେ ଯନ୍ତ୍ରଣା ଭୋଗୁଛି ବୋଲି କହିଛନ୍ତି ଦିଦି |
ଶୁକ୍ରବାର ବାରଣାସିରୁ ଫେରିବା ସମୟରେ ତାଙ୍କ ଚାଟାର୍ଡ ବିମାନରେ ଅଳ୍ପ ତ୍ରୁଟି ଦେଖାଦେଇଥିଲା। ସୋମବାର ସେ କହିଛନ୍ତି ଯେ, ତାଙ୍କ ବିମାନ ସାମ୍ନାରେ ଆଉ ଏକ ବିମାନ ଚାଲି ଆସିଥିଲା। ତେବେ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ହେତୁ ଏକ ବଡ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା। ତେବେ ଏଥିରେ ଦିଦିଙ୍କ ପିଠି ଏବଂ ଛାତିରେ ଆଘାତ ଲାଗିଥିଲା। ବିମାନ ଉଡ଼ାଣ ସମୟରେ ସମସ୍ୟା ସୃଷ୍ଟି ହେବା ପରେ ପଶ୍ଚିମବଙ୍ଗ ସରକାର ଶନିବାର ଦିନ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟକୁ ଏକ ରିପୋର୍ଟ ତଲବ କରିଥିଲେ।
ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ପାଇଁ ନିର୍ବାଚନ ପ୍ରଚାର କରିବା ପରେ ପଶ୍ଚିମବଙ୍ଗ ଫେରୁଥିଲେ ମମତା। ଏତିକି ବେଳେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଏନେଇ ଦିଦି ବିଧାନସଭାରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ କହିଛନ୍ତି, ‘ହଠାତ୍ ଆଉ ଏକ ଅନ୍ୟ ବିମାନ ତାଙ୍କ ବିମାନ ସାମ୍ନାକୁ ଆସିଥିଲା। ଯଦି ପରିସ୍ଥିତି ୧୦ ସେକେଣ୍ଡ ପାଇଁ ସମାନ ରହିଥାନ୍ତା, ତେବେ ଦୁଇଟି ବିମାନ ଧକ୍କା ହୋଇଥାନ୍ତା।





