ପଶ୍ଚିମବଙ୍ଗ ମାଲଦା ମାମଲା; ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୨୪ ଜଣିଆ ଏନ୍‌ଆଇଏ ଟିମ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ମାଲଦା ମାମଲାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଘଟଣାର ତଦନ୍ତ ପାଇଁ ପହଞ୍ଚିଲେ ୨୪ ଜଣିଆ ଏନ୍‌ଆଇଏ ଟିମ୍‌ । ତେବେ ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ‌ଘେରାଉ ଘଟଣାର ତଦନ୍ତ ପାଇଁ ଏକ ଏନ୍‌ଆଇଏ ଟିମ୍‌ ମାଲଦାର ମୋଥାବରୀ ଏବଂ କାଳିଆଛକ ଥାନାରେ ପହଞ୍ଚିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମାଲଦାରେ ନ୍ୟାୟିକ ଅଧିକାରୀଙ୍କୁ ଅଟକ ଘଟଣାର ତଦନ୍ତ ପାଇଁ ନିର୍ବାଚନ କମିସନଙ୍କ ଦ୍ବାରା ଏନ୍‌ଆଇଏ ଟିମ୍‌ ମୁତୟନ ହୋଇଛନ୍ତି।

ସେପଟେ ଡିଆଇଜି ରୢାଙ୍କ୍‌ ଅଧିକାରୀଙ୍କ ନେତୃତ୍ବରେ ଏହି ସଂଘୀୟ ତଦନ୍ତ ସଂସ୍ଥାର ଏକ ୨୪ ଜଣିଆ ଟିମ୍‌ ମୋଥାବରୀରେ ପୁଲିସ ଏବଂ ଅନ୍ୟ ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଛନ୍ତି। ଏହି ଘଟଣାରେ ଶୁକ୍ରବାର ମୋଥାବରୀ ଏବଂ କାଳିଆଛକ ଥାନାରେ ମୋଟ୍‌ ୧୯ଟି ମାମଲା ରୁଜୁ କରାଯାଇଛି।

Related Posts