ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଡାକ୍ତରଖାନାରେ ଭର୍ତ୍ତି ହେଲେ ସୋନିଆ ଗାନ୍ଧି। ଜ୍ୱର ଆସିବା ପରେ ତାଙ୍କୁ ଦିଲ୍ଲୀର ଶ୍ରୀ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଡାକ୍ତରମାନଙ୍କ ନିରୀକ୍ଷଣରେ ଅଛନ୍ତି ଓ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।
ଏହା ପୂର୍ବରୁ ଚଳିତ ବର୍ଷ ସୋନିଆ ଗାନ୍ଧି ଦୁଇ ଥର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଜାନୁଆରୀ ୧୨ ତାରିଖରେ ତାଙ୍କୁ ଶ୍ରୀ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଭାଇରାଲ ଇନ୍ଫେକ୍ସନ ଯୋଗୁ ସେ ଭର୍ତ୍ତି ହୋଇଥିଲେ। ଜାନୁଆରୀ ୧୭ ତାରିଖରେ ସେ ଡିସ୍ଚର୍ଜ ହୋଇଥିଲେ। ଏହା ପରେ ଗତ ମାର୍ଚ୍ଚ ୨ ତାରିଖରେ ସେ ପୁଣି ସେହି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେତେବେଳେ ତାଙ୍କୁ ଜ୍ୱର ହୋଇଥିଲା। ତେବେ ଗତ ଅଗଷ୍ଟ ୩୧ ତାରିଖରେ ସେ ମୁମ୍ବାଇରେ ବିରୋଧୀଙ୍କ ମେଣ୍ଟ ‘ଇଣ୍ଡିଆ’ର ବୈଠକରେ ଯୋଗ ଦେଇଥିଲେ।





