କେଉଁ ଦେଶ ସବୁଠୁ କମ୍ ଦୁର୍ନୀତିଗ୍ରସ୍ତ? କେତେ ନମ୍ବର ସ୍ଥାନରେ ଅଛି ଭାରତ?

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): Corruption Perceptions Index (CPI) 2025 ର ସଦ୍ୟ ପ୍ରକାଶିତ ତାଲିକା ଅନୁସାରେ ଡେନମାର୍କ ହେଉଛି ଦୁନିଆର ସବୁଠାରୁ କମ୍ ଦୁର୍ନୀତିଗ୍ରସ୍ତ ଦେଶ | କମ୍ ଦୁର୍ନୀତିଗ୍ରସ୍ତ ତାଲିକାରେ ଡେନମାର୍କ ତଳକୁ ଫିନଲାଣ୍ଡ, ସ୍କଟଲାଣ୍ଡ, ନ୍ୟୁଜିଲାଣ୍ଡ, ନରୱେ, ସ୍ୱେଡେନ, ସ୍ୱିଜରଲାଣ୍ଡ, ଲକ୍ସେମବର୍ଗ, ନେଦରଲାଣ୍ଡ, ଜର୍ମାନୀ ଏବଂ ଆଇସଲାଣ୍ଡ ରହିଛନ୍ତି |

ମୋଟ 182 ଟି ଦେଶକୁ ନେଇ ପ୍ରକାଶ ପାଇଥିବା ଏହି ରିପୋର୍ଟର 91ତମ ସ୍ଥାନରେ ରହିଛି ଭାରତ | ପ୍ରତ୍ୟକ ଦେଶକୁ ମୋଟ 100 ରୁ ନମ୍ବର ଦିଆଯାଇଥିବା ବେଳେ ଭାରତକୁ 39 ନମ୍ବର ମିଳିଛି | 122 ଟି ଦେଶ 50 ରୁ କମ ନମ୍ବର ରଖିଥିବା ବେଳେ ଅନ୍ତର୍ଜାତୀୟ ଆଭରେଜ 42 ରହିଛି |

Related Posts