ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟର ପ୍ରମୁଖ ଖବର କାଗଜ ସମାଜ, ସମ୍ବାଦ, ଧରିତ୍ରୀ ଓ ପ୍ରମେୟ ମଧ୍ୟରୁ କିଏ ନମ୍ବର ଓ୍ବାନ୍? ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ଉତ୍ତରରୁ ଏହା ସ୍ପଷ୍ଟ ହୋଇଯାଇଛି | ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ପ୍ରକାଶ ପାଉଥିବା ମୋଟ 86 ଟି ଓଡ଼ିଆ ଦୈନିକ 8 ଟି ଇଂରାଜୀ ଦୈନିକ ଓ 110 ଟି ମାସିକ ଓ ସାପ୍ତାହିକ ଖବର କାଗଜର ପ୍ରସାରଣ ସଂଖ୍ୟା କେତେ ସେନେଇ ବିସ୍ତୃତ ସୂଚନା ଦେଇଛନ୍ତି | ହେଲେ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରୁ ରାଜ୍ୟର ଚାରି ପ୍ରମୁଖ ଖବର କାଗଜ ସମାଜ, ସମ୍ବାଦ, ଧରିତ୍ରୀ ଓ ପ୍ରମେୟ ମଧ୍ୟରୁ ବାସ୍ତବରେ କିଏ ଆଗରେ ଅଛି ତାହା ଜଣାପଡ଼ିଯାଇଛି |
ମୁଖ୍ୟମନ୍ତ୍ରୀ ବିଧାନସଭାରେ ରଖିଥିବା ଉତ୍ତର ଅନୁସାରେ ଦୈନିକ ଖବର କାଗଜ ଗୁଡିକ ମଧ୍ୟରୁ ପ୍ରମେୟ ଖବର କାଗଜର ଦୈନିକ ପ୍ରସାରଣ ସଂଖ୍ୟା ହେଉଛି 428593 | ସେହିପରି ଧରିତ୍ରୀର ଦୈନିକ 307592, ସମ୍ବାଦର ଦୈନିକ 251825 ଓ ସମାଜର ଦୈନିକ 220707 ପ୍ରସାରଣ କ୍ଷମତା ରହିଛି | ଆଉ ମୁଖ୍ୟମନ୍ତ୍ରୀଙ୍କ ଏହି ଉତ୍ତରରୁ ସ୍ପଷ୍ଟ ହୋଇଯାଇଛି ଯେ ରାଜ୍ୟରେ ଦୈନିକ ପ୍ରକାଶ ପାଉଥିବା ଖବର କାଗଜ ଗୁଡିକ ମଧ୍ୟରୁ ଏକ ନମ୍ବରରେ ରହିଛି ପ୍ରମେୟ |
ଏହା ବାଦ ରାଜ୍ୟର ଆଉ କିଛି ପ୍ରମୁଖ ଖବର କାଗଜର ଦୈନିକ ପ୍ରସାରଣ ସଂଖ୍ୟା ହେଲା..
ପ୍ରଗତିବାଦୀ- 208488
ସମୟ- 194301
ଓଡିଶା ଭାସ୍କର- 168448
ନୀତିଦିନ- 152518
ସକାଳ- 150196
ପ୍ରତିଦିନ- 149338





