କଂଗ୍ରେସରେ ଥିବାବେଳେ ହିଁ ହାର୍ଦ୍ଦିକ ପଟେଲ ବିଜେପି ସହ ସମ୍ପର୍କରେ ଥିଲେ: ରଘୁ ଶର୍ମା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭା ନିର୍ବାଚନର ପ୍ରାୟ ୬ ମାସ ପୂର୍ବରୁ ପଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ସେ ଆସନ୍ତାକାଲି ବିଜେପିରେ ଯୋଗ ଦେଇପାରନ୍ତି । ସେପଟେ ଆଜି କଂଗ୍ରେସ ତାଙ୍କୁ କଡା ସମାଲୋଚନା କରିଛି। ବୁଧବାର ଗୁଜୁରାଟ କଂଗ୍ରେସର ଦାୟିତ୍ୱରେ ଥିବା ରଘୁ ଶର୍ମା ହାର୍ଦ୍ଦିକ ପଟେଲଙ୍କୁ ବିଜେପି ସହ ନିରନ୍ତର ସମ୍ପର୍କରେ ଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସରେ ଥିବାବେଳେ ହାର୍ଦ୍ଦିକ ପଟେଲ ବିଜେପି ସହ ସମ୍ପର୍କରେ ଥିଲେ ।

ରଘୁ ଶର୍ମା କହିଛନ୍ତି ଯେ ଆମେ ତାଙ୍କୁ ୬ ମାସ ଧରି ଦେଖିଆସୁଥିଲୁ । ସେ ଜଣେ ସେଲିବ୍ରିଟିଙ୍କ ପରି ଦଳୀୟ କାର୍ୟ୍ୟକ୍ରମକୁ ଆସୁଥିଲେ । ସେ କେବଳ ଆସି ଭାଷଣ ଦେଇ ଚାଲିଯାଉଥିଲେ । ଶେଷରେ ଆମେ ମେ ୧୮ରେ ଫଳାଫଳ ଦେଖିବାକୁ ପାଇଲୁ । ଆମେ ତାଙ୍କୁ ଇଜ୍ଜତ ଦେଇଥିବାବେଳେ ସେ ଆମକୁ ଧୋକା ଦେଇଛନ୍ତି ବୋଲି କଂଗ୍ରେସ ନେତା କହିଛନ୍ତି ।

Related Posts