ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କୁ ପଦ୍ମଭୂଷଣ ମିଳିବା ନେଇ ଘୋଷଣା ହେବାପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । କାହିଁକିନା ମୋଦି ସରକାରରେ ପ୍ରଥମଥର ପାଇଁ ଗୁଲାମ ନବୀ ଆଜାଦ ପଦ୍ମଭୂଷଣ ପୁରସ୍କାର ପାଇବାକୁ ଯାଉଛନ୍ତି । ସେପଟେ ଏନେଇ ରାଜନୈତିକ ମାହୋଲ ମଧ୍ୟ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ପୂର୍ବତନ ଆଇନ ମନ୍ତ୍ରୀ କପିଲ ସିବଲ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଉଥିବାର ଦେଖିବାକୁ ମିଳିଛି ।
ତେବେ ପଦ୍ମଭୂଷଣ ପାଇଥିବାରୁ ଗୁଲାମଙ୍କୁ ଅଭିନନ୍ଦନ । ହେଲେ ସବୁଠୁ ବିଡ଼ମ୍ବନାର ବିଷୟ ଯେ ଦେଶ ତାଙ୍କ ଅବଦାନକୁ ସମ୍ମାନ ଦେଉଥିବା ବେଳେ ଗୁଲାମ ନବୀ ଆଜାଦଙ୍କ ସେବାକୁ କଂଗ୍ରେସ ଆବଶ୍ୟକତା କରୁ ନାହିଁ ବୋଲି ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ କହିଛନ୍ତି । ଅନ୍ୟପଟେ କପିଲ ସିବଲ ଓ ଗୁଲାମ ନବୀ ଆଜାଦ ଗ୍ରୁପ୍ ୨୩ ର ସଦସ୍ୟ ଅଟନ୍ତି । ତେବେ ଦଳର ନେତୃତ୍ୱକୁ ପରିବର୍ତ୍ତନ କରାଯାଉ ବୋଲି ଦୀର୍ଘ ଦିନ ଧରି ସେମାନେ ଦାବି କରିଆସୁଥିଲେ । କିନ୍ତୁ ବର୍ତ୍ତମାନ ଏହାର ସଦସ୍ୟମାନେ ଦଳରେ ସକ୍ରିୟ ନାହାନ୍ତି ।





