ଯିଏ ନିଜ ମାଆଙ୍କର ହୋଇପାରିଲେ ନାହିଁ; ସେ ଜନତାଙ୍କର କଣ ହେବେ ? ସିଦ୍ଧୁଙ୍କୁ କଟାକ୍ଷ କରି ଏପରି କହିଲେ ବିକ୍ରମ ସିଂହ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ବିଧାନନସଭା ନିର୍ବାଚନ ପୂର୍ବରୁ ହିଁ କଂଗ୍ରେସ ପ୍ରଦେଶ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । କାହିଁକିନା ସିଦ୍ଧୁଙ୍କର ନିଜ ବଡ଼ ଭଉଣୀ ସିଦ୍ଧୁଙ୍କ ବିୁରୁଦ୍ଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ତେବେ ୧୯୮୯ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ସେ ବୃଦ୍ଧା ମାଆଙ୍କୁ ଘରୁ ତଡ଼ି ଦେଇଥିଲେ । ଏବଂ ସେହି ବର୍ଷରେ ହିଁ ଦିଲ୍ଲୀ ରେଳ ଷ୍ଟେସନରେ ଅସହାୟ ମହିଳା ଭାବରେ ତାଙ୍କ ମୃତ୍ୟୁ ହୋଇଥିଲା ବୋଲି ସିଦ୍ଧୁଙ୍କ ଭଉଣୀ କହୁଥିବା ସୁମନ ତୁର ଅଭିଯୋଗ କରିଛନ୍ତି । ବାସ ଏହା ପରେ ସାରା ଦେଶରେ ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । କିଏ କଂଗ୍ରେସକୁ ଟାର୍ଗେଟ କରୁଥିବାବେଳେ ଆଉ କିଏ ସିଦ୍ଧୁଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ପଞ୍ଜାବ ନିର୍ବାଚନ ପାଇଁ ଶିରୋମଣି ଅକାଳି ଦଳର ନେତା ବିକ୍ରମ ସିଂହ ମାଜିଥିଆ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି ।

ଏହି ଅବସରରେ ସେ ପଞ୍ଜାବର କଂଗ୍ରେସ ମୁଖ୍ୟ ନବଜୋତ ସିଂହ ସିଦ୍ଧୁଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଅମୃତସରରେ କୌଣସି ବିକାଶ ହୋଇ ନାହିଁ । ଯଦି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ନକରନ୍ତି, ତାହାଲେ ସେ ପାକିସ୍ତାନ ଯାଇ ପାକିସ୍ତାନ ମୁସଲିମ ଲିଗର ମୁଖ୍ୟ ମଧ୍ୟ ହୋଇପାରିବେ । କେବଳ ଏତିକି ନୁହେଁ ବରଂ ଯିଏ ନିଜ ମାଆର ହୋଇପାରିଲା ନାହିଁ ସେ ଜନତାଙ୍କର କିଭଳି ହେବ ବୋଲି କଟାକ୍ଷ କରି ଶିରୋମଣି ଅକାଳି ଦଳ ନେତା ବିକ୍ରମ ସିଂହ ମାଜିଥିଆ କହିଛନ୍ତି । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts