‘ଆଇନା ଦେଖାଇଲେ ଏତେ ଚିଡ଼ି ଯାଉଛନ୍ତି କାହିଁକି’: ଧର୍ମେନ୍ଦ୍ରଙ୍କ ଟାର୍ଗେଟ ପରେ ବବିଙ୍କ କାଉଣ୍ଟର

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଧର୍ମେନ୍ଦ୍ର ପ୍ରଧାନଙ୍କ ଆଟାକ୍ ପରେ ବିଜେଡିର କାଉଣ୍ଟର ଆଟାକ୍ । ସୋସିଆଲ ମିଡ଼ିଆ ଏକ୍ସରେ ଟାର୍ଗେଟ କଲେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ପ୍ରଣବ କହିଛନ୍ତି ଯେ, ଧର୍ମେନ୍ଦ୍ର ଭାଇ ଆପଣଙ୍କୁ ୩ଟି ସାଧାରଣ ପ୍ରଶ୍ନ ପଚରାଯାଇଥିଲା ହେଲେ କାହିଁକି ଉତ୍ତର ଦେଲେ ନାହିଁ ।

ପ୍ରଣବ ଆହୁରି କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରରେ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି । ହେଲେ ନିଜ ମାଟି ପାଇଁ ଗୋଟେ ନୂଆ ୟୁନିଭର୍ସିଟି କରିବା ଛାଡ଼ନ୍ତୁ, ନିଜ ଜିଲ୍ଲା ଅନୁଗୋଳ ପଡୋଶୀ ଢେଙ୍କାନାଳ ଓ ସମ୍ବଲପୁରରେ ଗୋଟିଏ ବି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଜବାହର ନବୋଦୟ ବିଦ୍ୟାଳୟଟେ କରିନାହାନ୍ତି । ଦ୍ବିତୀୟରେ ଦକ୍ଷତା ବିକାଶ କେନ୍ଦ୍ରଟେ ବି ସ୍ଥାପନ କରିନାହାନ୍ତି ।

ତୃତୀୟରେ NH-55ର ଅବସ୍ଥା ଯାହା ରହିଛି ଗତ ୧୦ ବର୍ଷରେ କାମ ସରିପାରୁନି । ଜାତୀୟ ରାଜପଥ ଦେଇ ଆପଣ ଯିବା ବଦଳରେ ରାଜ୍ୟ ରାଜପଥକୁ ଭରସା କରୁଛନ୍ତି ବୋଲି ଧର୍ମେନ୍ଦ୍ରଙ୍କୁ କହି କଟାକ୍ଷ କରିଛନ୍ତି ପ୍ରଣବ । କେନ୍ଦ୍ରମନ୍ତ୍ରୀ ଭାବେ ଶ୍ରୀଯୁକ୍ତ କେ.ପି.ସିଂଦେଓ ଦାୟିତ୍ୱ ତୁଲାଇବାବେଳେ ଆଇଆଇଏମସି ସହ ଅନ୍ୟ କେନ୍ଦ୍ରୀୟ ପ୍ରକଳ୍ପ ନିଜ ଜିଲ୍ଲା ପାଇଁ କାର୍ଯ୍ୟକାରୀ କରିଥିଲେ । ଯଦି ପ୍ରଶ୍ନ ସବୁ ଶୁଣି ରାଗ ଓ ରକ୍ତଚାପ ବଢ଼ିଯାଉଛି, ତେବେ ନିୟମିତ ଭାବେ ଯୋଗ କରିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରଣବ ପରାମର୍ଶ ଦେଇଛନ୍ତି।

Related Posts