‘ମନ୍ କି ବାତରେ ପ୍ରଧାନମନ୍ତ୍ରୀ କାହିଁକି କହିଲେ ନାହିଁ ମଣିପୁର କଥା ?’: ମୋଦିଙ୍କୁ ଟାର୍ଗେଟ କଲେ ଖଡଗେ

ଭୁବନେଶ୍ୱର,୧୮/୬(ସତ୍ୟପାଠ ବ୍ୟୁରୋ): ମଣିପୁରରେ ଲାଗି ରହିଥିବା ହିଂସାକୁ ନେଇ କଂଗ୍ରେସ ଲଗାତର ଭାବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛି । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି | ମଣିପୁର ହିଂସା ଓ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତକୁ ନେଇ କଂଗ୍ରେସ ଆଜି ପୁଣି ମୋଦିଙ୍କୁ ଟାର୍ଗେଟ କରିଛି | ଏହି କ୍ରମରେ ରବିବାର ଦିନ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଟ୍ୱିଟ କରି ପ୍ରଧାନମନ୍ତ୍ରୀଙ୍କୁ ଘେରି ଛନ୍ତି । ସେ ପ୍ରଶ୍ନ କରିଛନ୍ତି କି ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ ପ୍ରଥମେ ମଣିପୁର ହିଂସା ସ୍ଥାନ ପାଇବା ଉଚିତ ଥିଲା । ହେଲେ ମଣିପୁର ହିଂସା ବ୍ୟତୀତ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଯେଭଳି ମନ୍ କି ବାତ ଶୁଣାଇଲେ ସେଥିରୁ ଅନୁମାନ କରାଯାଉଛି କି, ମଣିପୁର ଭାରତର ଏକ ଅଂଶ ନୁହେଁ ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ମଣିପୁର ହିଂସାକୁ ନେଇ ଚିନ୍ତା ବ୍ୟକ୍ତ କରିବା ସହ ଟ୍ୱିଟରରେ ଲେଖିଛନ୍ତି କି, ସୀମାବର୍ତୀ ରାଜ୍ୟ ମଣିପୁରର ସ୍ଥିତି ଅନିଶ୍ଚିନ୍ତ ଓ ଅତ୍ୟଧିକ ସମ୍ବେଦନଶୀଳ । ହେଲେ ମନ୍ କି ବାତରେ ପ୍ରଧାନମନ୍ତ୍ରୀ ମଣିପୁର ହିଂସା ଉପରେ ପଦୁଟିଏ ନକହିବା ନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଘେରିଛନ୍ତି । ଏହାସହ ମଣିପୁର ହିଂସାକୁ ନେଇ ଗୃହମନ୍ତ୍ରୀ ବାରମ୍ବାର ବୈଠକ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଗୋଟିଏ ବି ବୈଠକରେ କାହିଁକି ଅଧ୍ୟକ୍ଷତା କଲେ ନାହିଁ ତାହା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ମଣିପୁର ହିଂସାକୁ ନେଇ ୧୦ଟି ବିରୋଧୀଦଳର ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାକୁ ଜୁନ ୧୦ ତାରିଖରୁ ଚିଠି ଲେଖିଛନ୍ତି । ହେଲେ ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୌଣସି ଉତ୍ତର ମିଳିନାହିଁ ।

Related Posts