କେନ୍ଦ୍ର ସହମତିରେ AFSPA ଆଇନକୁ ହଟାଯାଉ: ମଣିପୁର ମୁଖ୍ୟମନ୍ତ୍ରୀ

ମଣିପୁର(ସତ୍ୟପାଠ ବ୍ୟୁରୋ): ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ତାଙ୍କ ରାଜ୍ୟର ଲୋକଙ୍କ ସମେତ ସେ ନିଜେ ମଧ୍ୟ ଏହି ଆଇନକୁ ରଦ୍ଦ କରାଯାଉ ବୋଲି ଚାହୁଁଛନ୍ତି । କିନ୍ତୁ ଏହା କେବଳ କେନ୍ଦ୍ର ସରକାରଙ୍କ ସହମତି ଅନୁଯାୟୀ କରାଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । କାହିଁକିନା ରାଷ୍ଟ୍ରୀୟ ସୁରକ୍ଷା ହିଁ ସମସ୍ତଙ୍କର ପ୍ରଥମ ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ସହ ମୋର ବିଶ୍ୱାସ ଯେ କେନ୍ଦ୍ରର ସହମତି କ୍ରମେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନକୁ ଧିରେଧିରେ ହଟାଯାଇ ପରିବ । କିନ୍ତୁ ବର୍ତ୍ତମାନ ମିଆଁମାରରେ କୌଣସି ରାଜନୈତିକ ସ୍ଥିରତା ନାହିଁ । ଏବଂ ଆମ ଦେଶର ସୀମା ଏହାକୁ ଲାଗି ରହିଛି । ତେଣୁ କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରି ଏହାକୁ ହଟାନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେପଟେ ମଣିପୁରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଚଳିତ ନିର୍ବାଚନରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଚଳିତଥର ବିଜେପି ଦଳର ଆସନ ସଂଖ୍ୟାକୁ ଦ୍ୱିଗୁଣିତ କରିବ ।

ଏହା ସହ ଦୁଇ ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇବା ପାଇଁ ଆମେ କଠିନ ପରିଶ୍ରମ କରୁଛୁ। ଏପର୍ଯ୍ୟନ୍ତ ଆମେ କାହାସହ ଗଠବନ୍ଧନ କରିନାହୁଁ କିନ୍ତୁ ନିର୍ବାଚନ ପରେ ଆମେ ଗଠବନ୍ଧନ କରିବାର ସମ୍ଭାବନା ଅଛି ବୋଲି ମଣିପୁରର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଏନ. ବିରେନ ସିଂହ କହିଛନ୍ତି । ସେପଟେ କଂଗ୍ରେସରେ ୨୮ ଜଣ ବିଧାୟକ ଥିବା ସତ୍ତ୍ୱେ କେବଳ ୨୧ ଜଣ ବିଧାୟକଙ୍କ ସହ ବିଜେପି ସ୍ଥାନୀୟ ଦୁଇଟି ଦଳ ଏନପିପି ଓ ଏନପିଏଫର ସହଯୋଗରେ ୨୦୧୭ ମସିହାରେ ସରକାର ଗଠନ କରିଥିଲେ । ମଣିପୁରର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାକୁ ନିର୍ବାଚନ ଫେବୃଆରୀ ୨୭ ଏବଂ ମାର୍ଚ୍ଚ ୩ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ସେପଟେ ମାର୍ଚ୍ଚ ୧୦ ରେ ଭୋଟ୍ ଗଣନା ଆରମ୍ଭ ହେବାକୁ ଯାଉଛି । ଅନ୍ୟପଟେ ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନକୁ ହଟାଇବାକୁ ଦାବି କରି ରାଜ୍ୟରେ ଅନେକ ଆନ୍ଦୋଳନ ଚାଲିଛି। ମଣିପୁରର ଇରୋମ ଶର୍ମିଲାଙ୍କ ଉପବାସ ମଧ୍ୟ ଏକ ପ୍ରମୁଖ ଉଦାହରଣ ଅଟେ ।

ଯାହା ଦେଶରେ ଦୀର୍ଘ ସମୟ ଧରି ଚାଲିଥିଲା । ସଶସ୍ତ୍ର ବାହିନୀର ସ୍ୱତନ୍ତ୍ର ଶକ୍ତି ଆଇନକୁ ଅପସାରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ରହିଛି ଏବଂ ପଡୋଶୀ ନାଗାଲାଣ୍ଡରେ ପୁଣିଥରେ ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହା ମଧ୍ୟରେ ନାଗାଲାଣ୍ଡରେ ସେନା ଦ୍ୱାରା ୧୪ ଜଣ ସାଧାରଣ ଲୋକଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଏହା ଏକ ପ୍ରମୁଖ ରାଜନୈତିକ ମୁଦ୍ଦା ହେବାରେ ଲାଗିଛି । ସେପଟେ ଆମେ ରାଜ୍ୟ ସୀମାବର୍ତ୍ତୀ ଅଟେ । କିନ୍ତୁ ମୋତେ ରାଷ୍ଟ୍ରକୁ ମଧ୍ୟ ଦେଖିବାକୁ ପଡ଼ିବ । ତେଣୁ ମଣିପୁରର ମୁଖ୍ୟମନ୍ତ୍ରୀ ହେବା ସତ୍ତ୍ୱେ ମୁଁ ଏହି ଆଇନକୁ ହଟାଇବାକୁ ଚାହୁଁଛି । କିନ୍ତୁ ଏହାକୁ ହଟାଇବା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଆବଶ୍ୟକ ବୋଲି ଏନ. ବିରେନ ସିଂହ କହିଛନ୍ତି ।

Related Posts