ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅଖିଳେଶ ଅପେକ୍ଷା ନକରି ଇଭିଏମ ଗୁଡ଼ିକ ଅବିଶ୍ୱସନୀୟ ବୋଲି କହିବା ଆରମ୍ଭ କରିଦେଲେ: ଅନୁରାଗ ଠାକୁର

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳକୁ ଉପରେ ସାରା ଦେଶର ନଜର ରହିଛି । କିଏ ଏଥର କ୍ଷମତାକୁ ଆସିବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ସେପଟେ ଫଳାଫଳ ଆସିବା ପୂର୍ବରୁ ହିଁ ଶାସକ ଓ ବିରୋଧୀ ଦଳମାନେ ପରସ୍ପର ବିରୋଧରେ ବୟାନବାଜି କରିବା ଆରମ୍ଭ କରିଦେଇଛନ୍ତି । ଏହା ମଧ୍ୟରେ ଭାରତୀୟ ଜନତା ପାର୍ଟିକୁ ନେଇ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବଡ଼ ବୟାନ ଦେଇଛନ୍ତି । ତେବେ ଭାରତୀୟ ଜନତା ପାର୍ଟିର ଇସାରାରେ ଭୋଟ ଗଣତିରେ ଅଧିକାରୀମାନେ ଜାଲିଆତି କରୁଛନ୍ତି ।

ସେପଟେ ବରେଲିରେ ଏକ ଅଳିଆ ଟ୍ରକରେ ମିଳୁଥିବା ଇଭିଏମ ଏବଂ ବାଲାଟ ପେପରକୁ ଦୃଷ୍ଟିରେ ରଖି ବାରଣାସୀରେ ଅଖିଳେଶ ଯାଦବ ଏପରି କହିଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ଏସପି ମୁଖ୍ୟଙ୍କ ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରି କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଗତ ରାଉଣ୍ଡ ନିର୍ବାଚନରେ ମୁଁ କହିଥିଲି ଯେ ଅଖିଳେଶ ଯେଉଁ ନୂଆ ହାୱା ବିଷୟରେ ଓ ଏସପି ଦଳ ବିଷୟରେ ଆଲୋଚନା କରୁଛନ୍ତି। ଲୋକମାନେ ୧୦ ମାର୍ଚ୍ଚକୁ ଅପେକ୍ଷା କରିବା ଉଚିତ୍, ଏହା ସେହି ପୂରୁଣା ଏସପି ଓ ପୁରଣା ହାୱା ଅଟେ ।

ଯାହା ଉପରେ ୟୁପିବାସୀ ରାଗିଛନ୍ତି ବୋଲି ଅନୁରାଗ ଠାକୁର କହିଛନ୍ତି । କିନ୍ତୁ ଅଖିଳେଶ ଏହା ନବୁଝି ମାର୍ଚ୍ଚ ୧୦ ରେ କହିବେ ଯେ ଇଭିଏମ ଗୁଡିକ ଅତ୍ୟନ୍ତ ଅବିଶ୍ୱସନୀୟ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଖିଳେଶ ଯାଦବ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଅପେକ୍ଷା କରିନାହାଁନ୍ତି ଏବଂ ଇଭିଏମ ଅବିଶ୍ୱାସୀ ବୋଲି କହିବା ଆରମ୍ଭ କରିଛନ୍ତି। ଅନୁରାଗ ଠାକୁର ସମାଜବାଦୀ ପାର୍ଟିର ଅଭିଯୋଗ କରିଛନ୍ତି ଯେ ଏହି ଲୋକମାନେ ଦଙ୍ଗାକାରୀ, ଅପରାଧୀ ଏବଂ ଆତଙ୍କବାଦୀଙ୍କୁ ଆଶ୍ରୟ ଦିଅନ୍ତି। ଏହା ସହିତ ଅନୁରାଗ ଠାକୁର କହିଛନ୍ତି ଯେ ଆତଙ୍କବାଦୀ, ଗୁଣ୍ଡା, ମାଫିଆ ଏବଂ ଦୁର୍ନୀତି ଅଖିଳେଶ ଯାଦବଙ୍କର ବନ୍ଧୁ। ଯିଏ ସେମାନଙ୍କୁ ସଂପୂର୍ଣ୍ଣ ଭାବେ ଜାବୁଡ଼ି ଧରିଥାଏ । ମୋଦୀ ସରକାରଙ୍କ ଯୋଜନା ବିଷୟରେ ଅନୁରାଗ ଠାକୁର କହିଛନ୍ତି ଯେ ମୋଦୀ ଏବଂ ଯୋଗୀ ଫ୍ୟାକ୍ଟର ୟୁପିରେ କାମ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି ।

Related Posts