“ଗ୍ୟାସ ଦର ବୃଦ୍ଧିରେ ମହିଳା କଂଗ୍ରେସର ଅଭିନବ ପ୍ରତିବାଦ”

ଭୁବନେଶ୍ୱର, ୧୨ ମାର୍ଚ୍ଚ: ଗ୍ୟାସ ଦର ବୃଦ୍ଧି ଓ ଯୋଗାଣ ଅଭାବକୁ ନେଇ ମହିଳା କଂଗ୍ରେସ ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। କଂଗ୍ରେସ ଭବନରେ ଗ୍ୟାସ ସିଲିଣ୍ଡରକୁ ଧୂପ ଜାଳି ପୂଜା କରି ଶ୍ରଦ୍ଧାଞ୍ଜଳି ଜଣାଇ ମହିଳା କଂଗ୍ରେସ କର୍ମୀମାନେ ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ କରିଥିଲେ।ମହିଳା କଂଗ୍ରେସ ସଭାପତି ମିନାକ୍ଷୀ ବାହିନୀପତି ଓ ବରିଷ୍ଠ କଂଗ୍ରେସ ନେତ୍ରୀ ସୋନାଲି ସାହୁଙ୍କ ନେତୃତ୍ୱରେ କର୍ମୀମାନେ ଗ୍ୟାସ ସିଲିଣ୍ଡରକୁ ପ୍ରତୀକାତ୍ମକ ଭାବେ ବିଦାୟ ଜଣାଇଥିଲେ। ସେମାନଙ୍କ କହିବା ଅନୁଯାୟୀ, ଦେଶ ଓ ରାଜ୍ୟରେ ଗ୍ୟାସ ଅଭାବ ଯୋଗୁ ଗ୍ରାହକମାନେ ଭାରୀ ସମସ୍ୟାରେ ପଡ଼ୁଛନ୍ତି। ଗ୍ୟାସ ପାଇଁ ଲୋକମାନେ ଦୋକାନ ସମ୍ମୁଖରେ ଦୀର୍ଘ ଲାଇନ ଲଗାଇବାକୁ ବାଧ୍ୟ ହେଉଛନ୍ତି, ତଥାପି ସିଲିଣ୍ଡର ମିଳୁନାହିଁ।ଏହାସହ ସରକାର ଘରୋଇ ଗ୍ୟାସରେ ପିଛା ୬୦ ଟଙ୍କା ଓ ବ୍ୟବସାୟିକ ଗ୍ୟାସରେ ପିଛା ୧୧୫ ଟଙ୍କା ଦର ବୃଦ୍ଧି କରିଥିବାକୁ ନେଇ ମହିଳା କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛି। ବିଧାନସଭାରେ ଏହା ନେଇ ସରକାର ସ୍ପଷ୍ଟ ଉତ୍ତର ଦେଉନଥିବା ଅଭିଯୋଗ ମଧ୍ୟ କରାଯାଇଛି।ମହିଳା କଂଗ୍ରେସ କର୍ମୀମାନଙ୍କ ଅଭିଯୋଗ ଅନୁଯାୟୀ, ସରକାର ଜାଣିଶୁଣି ଗ୍ୟାସର କଳାବଜାରୀକୁ ପ୍ରୋତ୍ସାହନ ଦେଉଛନ୍ତି। ଏହାକୁ ନେଇ ସେମାନେ ତୀବ୍ର ପ୍ରତିବାଦ କରିବା ସହ ରାଜ୍ୟବାସୀଙ୍କୁ ଏହାର ମୁହଁତୋଡ଼ ଜବାବ ଦେବାକୁ ଆହ୍ୱାନ କରିଛନ୍ତି।

Related Posts