ମୁମ୍ଵାଇ: ବିବାଦୀୟ ସୋସିଆଲ ମିଡିଆ ଇନଫ୍ୟୁଏନ୍ସର ବଲୱିନ୍ଦର କଟାରିଆ ତଥା ବବିଙ୍କୁ ମିଳିଲା ଜାମିନ୍ । ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ମାମଲାରେ ଦୁଇମାସ ଫେରାରଥିବା ବେଳେ ଶୁକ୍ରବାର ଦିନ ଦେହରାଡୁନର ସ୍ଥାନୀୟ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ବର୍ତ୍ତମାନ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି। ୟୁଟ୍ୟୁବର୍ ବବି କଟାରିଆର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଠାରେ ସେ ରାସ୍ତା ମଝିରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା କିନ୍ତୁ ବବି ଖସି ପଳାଇଥିଲା।
ଜଜ୍ ସଞ୍ଜୟ କୁମାରଙ୍କ କୋର୍ଟ ୨୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡ ପ୍ରଦାନ କରିବା ପରେ କଟାରିଆକୁ ଜାମିନ ପ୍ରଦାନ କରିଛନ୍ତି। ଏହା ପୂର୍ବରୁ ସେ ଦିଲ୍ଲୀର ବହୁ ଓକିଲଙ୍କ ଏକ ଟିମ୍ ସହିତ ଏଠାରେ ପହଞ୍ଚିଥିଲେ। କହିବାକୁଗଲେ, ଅଗଷ୍ଟ ମାସରେ, ଭାଇରାଲ୍ ହୋଇଥିବା ଭିଡିଓରେ, କଟାରିଆ ରାସ୍ତା ମଝିରେ ଏକ ଚେୟାରରେ ବସି ସର୍ବସାଧାରଣ ସ୍ଥାନରେ ମଦ୍ୟପାନ କରୁଥିବା ଦେଖିବାକୁ ମିଳିଥିଲା।
ଏହି ମାମଲାରେ କଟାରିଆ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଥର ନୁହେଁ ବବି କଟାରିଆ ଏକ ବିବାଦରେ ଅଛନ୍ତି। ସେପ୍ଟେମ୍ବର ଆରମ୍ଭରେ ବବି କଟାରିଆଙ୍କ ବିରୋଧରେ ଦିଲ୍ଲୀ
ପୋଲିସ ଏକ ଲୁକଆଉଟ ସର୍କୁଲାର ଜାରି କରିଥିଲା। ଜାନୁଆରୀରେ ବବି ଏକ ସ୍ପାଇସଜେଟ ବିମାନରେ ସିଗାରେଟ ଟାଣୁଥିବାର ନଜର ଆସିଥିଲେ





