ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକାକୁ ଗୁହାରି କଲେ ଜେଲେନସ୍କି

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଅସ୍ତ୍ରବିରତି ପାଇଁ ଆମେରିକାକୁ ଗୁହାରି କଲେ ଜେଲେନସ୍କି । ତେବେ ଆମେରିକାର ସାମରିକ ଦୃଷ୍ଟିଭଙ୍ଗୀ ଇରାନ ଆଡ଼କୁ ଢଳିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ପୁଣି ଥରେ ଶାନ୍ତି ପ୍ରକ୍ରିୟା ପାଇଁ ତ୍ରିପାକ୍ଷିକ ଆଲୋଚନାକୁ ତ୍ୱରାନ୍ୱିତ କରିବାକୁ ୱାଶିଂଟନର ପ୍ରତିନିଧି ଦଳକୁ କିଭ୍ ନିମନ୍ତ୍ରଣ କରିଛନ୍ତି। ଆଗାମୀ ”ଇଷ୍ଟର” ପର୍ବ ପାଇଁ ଏକ ଅସ୍ତ୍ରବିରତି ପ୍ରସ୍ତାବ ଆଣି ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣ ବନ୍ଦ ରଖିବାକୁ ଜେଲେନସ୍କି ଅନୁରୋଧ କରିଛନ୍ତି ।

ସେପଟେ ଫେବୃଆରୀ ୨୮ରୁ ଆରମ୍ଭ ହୋଇଥିବା ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୯ ଡଲାରରେ ପହଞ୍ଚିଛି। ଇରାନ ”ହର୍ମୁଜ ପ୍ରଣାଳୀ” ବନ୍ଦ କରିଦେବା ଫଳରେ ସୃଷ୍ଟି ହୋଇଥିବା ଶକ୍ତି ସଙ୍କଟ ପାଇଁ ଆମେରିକା ଏବେ ରୁଷିଆର ତୈଳ ଉପରୁ କଟକଣା କୋହଳ କରିବାକୁ ବାଧ୍ୟ ହୋଇଛି, ଯାହା ୟୁକ୍ରେନ ପାଇଁ ଚିନ୍ତାର କାରଣ ସାଜିଛି।

Related Posts