ନୂଆବର୍ଷରେ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ

ଭୁବନେଶ୍ଵର,୨/୧(ସତ୍ୟପାଠ ବ୍ୟୁରୋ): ନୂଆବର୍ଷ ଅବସରରେ ଗ୍ରାହକଙ୍କୁ ନିଜେ ଖାଦ୍ୟ ଡେଲିଭରି କଲେ ଜୋମାଟୋ ସିଇଓ ଦିପିନ୍ଦର ଗୋୟଲ । ନୂଆବର୍ଷ ପାଇଁ କମ୍ପାନୀର କର୍ମଚାରୀଙ୍କ ଉପରେ ଚାପ ଅଧିକ ଥିବାରୁ, ଅଫିସିଆଲ୍ କାମରୁ ସମୟ କାଢି ନିଜେ ଖାଦ୍ୟ ଡେଲିଭରି କରିଛନ୍ତି ଜୋମାଟୋ ସିଇଓ ଦିପିନ୍ଦର ।

ଏହି ସମୟର ଏକ ଫଟୋ ନିଜ ଟ୍ୱିଟର ପେଜରେ ସେୟାର କରିଛନ୍ତି ଜୋମାଟୋ ସିଇଓ । ସେ ଲେଖିଛନ୍ତି ଯେ, କିଛି ଅର୍ଡର ଡେଲିଭରି କରିବାକୁ ଯାଉଛି, ପାଖାପାଖି ୧ ଘଣ୍ଟା ପରେ ସେ ଫେରିବେ । ଏହା ସହ ଟ୍ୱିଟରର ବାୟୋ ପରିବର୍ତ୍ତନ କରିବା ସହ ସେ ନିଜକୁ ଜୋମାଟୋର ଡେଲିଭରି ବୟ ବୋଲି କହିଛନ୍ତି ଦିପିନ୍ଦର।

ତେବେ ଫୁଡ୍ ଡେଲିଭରି କରିବାକୁ ଯିବା ବେଳେ, ଡେଲିଭରି ବୟଙ୍କ ପୋଷାକ ମଧ୍ୟ ପିନ୍ଧିଛନ୍ତି ସିଇଓ ଦିପିନ୍ଦର ଗୋୟଲ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ନୂଆ ବର୍ଷ ପୂର୍ବଦିନ ଅର୍ଥାତ ୩୧ ଡିସେମ୍ବରରେ ୨୦ ଲକ୍ଷରୁ ଅଧିକ ଅର୍ଡର ଡେଲିଭରି କରିଛି ଜୋମାଟୋ ।

Related Posts