ଅସୁସ୍ଥ ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର: ସହଯୋଗର ହାତ ବଢାଇଲେ ସଲମାନ

ଏବେ କିଛି ଦିନ ହେବ ଅଭିନେତା ତଥା କମେଡିଆନ ସୁନିଲ ଗ୍ରୋଭର ଅସୁସ୍ଥ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏବେ ତାଙ୍କର ହାର୍ଟ ସଜରୀ ହୋଇଛି । ପୂର୍ବାପେକ୍ଷା ସେ ଏବେ ସୁସ୍ଥ ଥିବା ଜଣାପଡିଛି । ତାଙ୍କର ମୁମ୍ବାଇ ସ୍ଥିତ ଏସିଆନ୍ ହାର୍ଟ ଇନଷ୍ଟିଚ୍ୟୁଟରେ ସର୍ଜରୀ କରାଯାଇଛି । କିଛିଦିନ ହେବ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିବା ବେଳେ ସେ ଲଗାତାର ଡାକ୍ତରଙ୍କ ସହ ସମ୍ପର୍କରେ ଥିଲେ ।

ଏବେ ସୁନିଲଙ୍କ ସର୍ଜରୀକୁ ନେଇ ବଲିଉଡ ଭାଇଜାନ ସମାନ୍ୟ ଚିନ୍ତିତ ହୋଇପଡିଛନ୍ତି । ତେବେ ସହଯୋଗ ସ୍ୱରୂପ ସଲମାନ ତାଙ୍କ ଡାକ୍ତରୀ ଟିମକୁ ସୁନିଲଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବାକୁ କହିଛନ୍ତି । ସଲମାନଙ୍କ ଡାକ୍ତରୀ ଟିମ ବି ସୁନିଲଙ୍କ ସ୍ୱାସ୍ଥ୍ୟର ଯାଞ୍ଚ କରୁଥିବା ବେଳେ ଏବେ ସେ ପୂର୍ବାପେକ୍ଷା ସୁସ୍ଥ ଥିବା କୁହାଯାଉଛି । ତେବେ ସୁନିଲଙ୍କ ଅସୁସ୍ଥତା ଖବର ପାଇବା ପରେ କମେଡି କିଙ୍ଗ କପିଲ ଶର୍ମା ବି ବ୍ୟସ୍ତ ବିବ୍ରତ ହୋଇ ପଡିଥିଲେ । ଏବେ ସମସ୍ତ ପ୍ରଶଂସକ ଏହି କମେଡି କଳାକାରଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Related Posts