୨୩ରେ ଓଡ଼ିଶା ଆସିବେ ଯୋଗୀ ଓ ନଡ୍ଡା

ଭୁବନେଶ୍ୱର,୨୧/୫(ସତ୍ୟପାଠ ବ୍ୟୁରୋ):  ବିଜେପି ଫୋକସ୍‌ରେ ଓଡ଼ିଶା । ଆସନ୍ତା ୨୩ ତାରିଖରେ ଓଡ଼ିଶାରେ ବିଜେପିର ପ୍ରଚାର ମଙ୍ଗ ଧରିବେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଦିନିକିଆ ଗସ୍ତରେ ଆସି ଚିଲିକା ଓ ସାଲେପୁର କୁଳିଆରେ ନିର୍ବାଚନୀ ସଭା କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସେହିପରି ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ସେ କରଞ୍ଚିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ପ୍ରଚାର କରିବେ ।

ଅନ୍ୟପକ୍ଷରେ ଆସନ୍ତାକାଲି ଓଡ଼ିଶା ଆସିବେ ରାମାୟଣର ରାମ ଅରୁଣ ଗୋଭିଲ । ବିଜେପି ନେତା ଅରୁଣ ଗୋଭିଲ ମେ’ ୨୨ରେ ୪ଟି ନିର୍ବାଚନୀ ସଭାରେ ଯୋଗଦେବେ । ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭା କରିବେ ।

ସେପଟେ ଆଜି ଓଡ଼ିଶାରେ ମାରାଥନ ପ୍ରଚାର କରୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ପ୍ରଥମେ ସମ୍ବଲପୁର ପରେ କେନ୍ଦୁଝରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବା ପରେ ପରଜଙ୍ଗ ଓ ଶେଷରେ ନୟାଗଡ଼ରେ ନିର୍ବାଚନୀ ସଭା କରିବେ । ସମ୍ବଲପୁର ସଭାରେ ଆସୁ ଆସୁ ବର୍ଷିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଆତ୍ମାକୁ ଆଜି ଶାନ୍ତି ମିଳୁଥିବ । ଓଡ଼ିଶାରେ ଓଡ଼ିଆ ଭାଷା ସଂସ୍କୃତି ଆଧାରରେ ସରକାର ହେବାକୁ ଯାଉଛି । ଏଥର ଓଡ଼ିଶାରେ ଡବଲ ଇଂଜିନ ସରକାର ହେବାକୁ ଯାଉଛି ବୋଲି କହିଛନ୍ତି ଶାହ ।

Related Posts