ଆଜି ପୁଣି ଖୋଳା ହେବ ପୁରୀ ଏମାର ମଠ

ଆଜିଠୁ ପୁଣି ଖୋଳା ହେବ ପୁରୀ ଏମାର ମଠ । ପ୍ରଶାସନିକ ଅଧିକାରୀ, ଉପଜିଲ୍ଲାପାଳ, ମାଜିଷ୍ଟ୍ରେଟ୍ ଓ ପୋଲିସ୍ ର ଉପସ୍ଥିତିରେ ପୁରୀରୁ ଚିହ୍ନଟ ହୋଇଥିବା ୩ଟି ସ୍ଥାନକୁ ପ୍ରଶାସନ ଖୋଲିବ । ଏହି ଅବସରରେ ମଠ ପରିଚାଳନା ଟ୍ରଷ୍ଟର ସଦସ୍ୟ ମାନେ ମଧ୍ୟ ଉପସ୍ଥିତ ରହିବେ ।

ଏନେଇ ଯାଞ୍ଚ ଆରମ୍ଭ ହୋଇଛି । ୨୦୨୧ ସେପ୍ଟେମ୍ବର ୧୬ ତାରିଖରେ ଏହି ସ୍ଥାନକୁ ଚିହ୍ନଟ କରାଯାଇଥିଲା । ସେ ସମୟରେ ବିଶେଷଜ୍ଞ ଟିମ୍ ମେଟାଲ ଡିଟେକ୍ଟର ଦ୍ୱାରା ଚିହ୍ନଟ କରିଥିଲେ । ମଠରେ ଗୁପ୍ତଧନ ଆଶାରେ ଯାଞ୍ଚ କରାଯାଇଥିଲା । ମଠର ପ୍ରବେଶ ଗୃହ, ଅଗଣା, ଝୁଲଣ ମଣ୍ଡପ ସମ୍ମୁଖ ଅଗଣାରେ ଚିହ୍ନ କରାଯାଇଥିଲା । ତେବେ ଆଜି ସେହିସବୁ ଚିହ୍ନ କରାଯାଇଥିଲା ସ୍ଥାନକୁ ଖୋଳାଯାଇପାରେ ବୋଲି ସୂଚନା ରହିଛି ।

Related Posts