ଆସନ୍ତା 6ରୁ ରାଜ୍ୟରେ ଖୋଲିବ ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ହଷ୍ଟେଲ

ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗୁଛି । ଏହାରି ମଧ୍ୟରେ ଶିକ୍ଷାନୁଷ୍ଠାନ ଖୋଳିବା ନେଇ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏବେ ହଷ୍ଟେଲ ଖୋଲିବା ନେଇ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା 6 ତାରିଖରୁ ଖୋଲିବ ହଷ୍ଟେଲ। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡିଗ୍ରୀ କଲେଜର ହଷ୍ଟେଲ ଆସନ୍ତା 6 ତାରିଖରୁ ଖୋଲାଯିବ। ଉଚ୍ଚ ଶିକ୍ଷା ବିଭାଗ ଏନେଇ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି।

ଉଚ୍ଚଶିକ୍ଷା ବିଭାଗର ନିୟନ୍ତ୍ରଣରେ ଥିବା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଗୁଡ଼ିକୁ ଚିଠି ପଠାଯାଇଛି । ସମସ୍ତ ସମ୍ଭାବ୍ୟ କୋଭିଡ 19 ନିୟମ କଡାକଡି ଭାବରେ ପାଳନ କରି ଆସନ୍ତା 7 ତାରିଖ ଠାରୁ ଶାରୀରିକ ମୋଡରେ ଶ୍ରେଣୀଗୃହରେ ଶିକ୍ଷାଦାନ ଏବଂ ଅନ୍ୟାନ୍ୟ ଏକାଡେମିକ୍ କାର୍ଯ୍ୟକଳାପକୁ ପୁନଃ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ସେହି ଅନୁଯାୟୀ କଲେଜ ଖୋଲିବା ପୂର୍ବରୁ ଅର୍ଥାତ 6 ତାରିଖରୁ ଛାତ୍ରମାନଙ୍କ ରହିବା ପାଇଁ ହଷ୍ଟେଲ ଏବଂ ଅନ୍ୟାନ୍ୟ ଆବାସିକ ସୁବିଧା ଖୋଲାଯିବ। ଏହି ବିଭାଗ ଦ୍ୱାରା ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ପରୀକ୍ଷା (ବାର୍ଷିକ / ସେମିଷ୍ଟାର) ଅନୁଷ୍ଠିତ ହେବ ।

Related Posts