ପରଲୋକରେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବ

ଆଖି ବୁଜିଲେ ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ରାଜା ସାହେବ ଉଦୟ ନାରାୟଣ ଦେବ । ଗତକାଲି ଅର୍ଥାତ୍ ବୁଧବାର ରାତି ୧୧ଟା ବେଳେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ହୋଇଥିଲା।

୧୯୩୫ ମସିହା ଅକ୍ଟୋବର ମାସ ୨୦ ତାରିଖରେ ପୋଡ଼ାମାରିଗଡ଼ରେ ଜନ୍ମ ହୋଇଥିଲେ ଉଦୟ ନାରାୟଣ ଦେବ । ତିନି ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୭୪, ୧୯୭୭ ଓ ୧୯୮୦ ମସିହାରେ ସେ ମୋହନା ନିର୍ବାଚନ ମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ସେ ଜନତା ପାର୍ଟି (ସେକ୍ୟୁଲାର) ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସ୍ବର୍ଗତ ଉଦୟ ନାରାୟଣ ଦେବଙ୍କର ଆଉ ଏକ ପରିଚୟ ଥିଲା । ଜଣେ ବିହଙ୍ଗ ବିଜ୍ଞାନୀ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ ।

Related Posts