
ଚର୍ଚ୍ଚାରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ | ସୋସିଆଲ ମିଡିଆରେ ପୁଣିଥରେ ଭାଇରାଲ ହୋଇଛି ଟଙ୍କା ଦବଙ୍ଗଗିରି ଭିଡିଓ | ବିଧାୟକଜଣକ ଜଣେ ବ୍ୟକ୍ତିକୁ ଧମକ ଦେଉଥିବା ଭିଡିଓ ଏବେ ସୋଶାଲ ମିଡିଆରେ ଘୁରି ବୁଲୁଛି | ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି ଭିଡିଓକୁ ନେଇ ସରଗରମ ରାଜନୀତି।
ସୂଚନା ଅନୁସାରେ, କିଛି ଦିନ ପୂର୍ବେ ବାଣପୁର ଗମ୍ଭାରୀମୁଣ୍ଡାସ୍ଥିତ ଏକ କ୍ଲବ ଘରକୁ ପରିଦର୍ଶନରେ ଯାଇଥିଲେ ପ୍ରଶାନ୍ତ ଜଗଦ୍ଦେବ। ସେଠାରେ ଜଣେ ଭଦ୍ରବ୍ୟକ୍ତି ବିଧାୟକଙ୍କ କାଣ୍ଡଜ୍ଞାନ ନାହିଁ ବୋଲି ଗାଳିଗୁଲଜ କରିଥିଲେ। ଏହା ଶୁଣି ବିଧାୟକଙ୍କ ରାଗ ପଞ୍ଚମରେ ପହଞ୍ଚିଗଲା। ଏପରିକି ନିଜ ହିତାହିତ ଜ୍ଞାନ ଭୁଲିଗଲେ। ଏବଂ ତାଙ୍କୁ ଗାଳି କରିବାକୁ ଲାଗିଥିଲେ | ଯାହାର ଭିଡିଓ କେହି ଜଣେ ଉତୋଳନ କରି ଭାଇରାଲ କରିଛି | ଯାହା ଏବେ ମହାମାରୀ କରୋନା ପରି ଚାରିଆଡେ ଖେଳି ଯାଇଛି |