![](https://www.satyapatha.com/wp-content/uploads/2022/02/dogs.jpg)
ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ | ବିଚ୍ ରାସ୍ତାରେ ମୃତ ଶିଶୁକୁ କୁକୁର ମାନେ ଝୁଣି ଖାଉଥିବା ଦେଖିବାକୁ ମିଳିଛି | ଆଜି(ଶୁକ୍ରବାର) ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳରେ ଏହି ଅଭାବନୀୟ ଦୃଶ୍ୟ ଦେଖାଯାଇଛି । ନବଜାତକକୁ କୁକୁର ଏପରି ଭାବେ ଖାଉଥିବାର ଦୃଶ୍ୟ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଛନ୍ତି । ଶିଶୁର ମୃତଦେହ ମେଡିକାଲରୁ ଭାସି ଆସିଛି ନା କେହି ଏଠାରେ ଫିଙ୍ଗି ଦେଇଛନ୍ତି ସେନେଇ କିଛି ସ୍ପଷ୍ଟ ହୋଇନାହିଁ ।
ସୂଚନା ଅନୁଯାୟୀ, ଜିଲ୍ଲା ମୁଖ୍ୟ ମେଡିକାଲର ପଛ ପଟ ଗେଟ୍ ନିକଟ ସିନେମା ଛକରୁ କଲେଜକୁ ଯାଇଥିବା ରାସ୍ତା କଡ଼ରେ ନବଜାତକର ମୃତଦେହ ପଡିଛି । ସେଠାରେ ଥିବା ସିଦ୍ଧି ବିନାୟକ ମନ୍ଦିର ସାମ୍ନାରେ ମଧ୍ୟ ୨ରୁ ଅଧିକ ନବଜାତ ଶିଶୁଙ୍କ ମୃତଦେହ ପଡିଥିବାର ଦେଖାଯାଇଛି ।