ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ

ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଆଉ ଜଣେ ପୁଲିସ୍‌ ବାବୁ । ଲାଞ୍ଚ ନେବା ସମୟରେ କମିଶନରେଟ୍ ପୁଲିସ୍‌ ଏଏସ୍ଆଇଙ୍କୁ କାବୁ କଲା ଭିଜିଲାନ୍ସ | ବାବୁଜଣକ ହେଉଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ଏସଏସଆଇ ରବି ସାହୁ । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି ଭିଜିଲାନ୍ସ ଟିମ୍ ।

ସୂଚନା ଅନୁଯାୟୀ, ଜଣେ ଖାଦ୍ୟ ବ୍ୟବସାୟୀଙ୍କୁ ମିଛ କେଶରେ ଫସାଇବାର ଧମକ ଦେଇ ସେ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ।

ଏନେଇ ତାଙ୍କ ନାଁରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାପରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଉପରେ ନଜର ରଖାଯାଇଥିଲା।

ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କୁ ଗତକାଲି ର଼େଡ୍ ହ୍ୟାଣ୍ଡ ଧରିବା ସହ ୫ ହଜାର ଟଙ୍କା ଜବତ କରିଥିଲା । ଅଭିଯୁକ୍ତ ରବି ସାହୁଙ୍କ ନାଁରେ ଏକ କେସ୍ ରୁଜୁ ହେବା ସହ ମାମଲା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Related Posts