ରାଜ୍ୟରେ ଖୋଲିବ ଅଙ୍ଗନବାଡ଼ି କେନ୍ଦ୍ର

ରାଜ୍ୟରେ ସ୍ୱାଭାବିକ ହେବାରେ ଲାଗୁଛି ମହାମାରୀ ର ସ୍ଥିତି | ପୁଣି ଥରେ ଜନଜୀବନ ସାଧାରଣ ଆଡକୁ ଗତି କରୁଛି | ଦୀର୍ଘ ଦୁଇ ବର୍ଷ ପରେ ଏବେ ରାଜ୍ୟରେ ଖୋଲିବ ଅଙ୍ଗନବାଡି କେନ୍ଦ୍ର | ଏନେଇ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ଏ ନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି | ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । ସଂକ୍ରମଣ ହ୍ରାସ ପାଉଥିବାରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଖୋଲିବା ପାଇଁ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ କୁହାଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ର ଚାଲିଥିବା ଘରର ସ୍ଥିତି ଓ ଅନ୍ୟ ଉପକରଣକୁ ସଂପୃକ୍ତ ଅଧିକାରୀଙ୍କ ଦ୍ୱାରା ଯାଂଚ କରିବାକୁ ଚିଠିରେ ଉଲ୍ଲେଖ କରାଯାଇଛି । କେନ୍ଦ୍ରଗୁଡିକ ଯାଂଚ କରି ଆସନ୍ତା ୧୬ ତାରିଖ ସୁଦ୍ଧା ପ୍ରସ୍ତୁତି ରିପୋର୍ଟ ପଠାଇବା ନେଇ ନିର୍ଦେଶ ଦେଇଛନ୍ତି |

Related Posts