ସରକାରୀ କ୍ବାଟରରୁ ଝୁଲନ୍ତା ଅବସ୍ଥାରେ ଓୟୁଏଟି ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତି ଜେନାଙ୍କ ମୃତଦେହ ଉଦ୍ଧାର

ଆତ୍ମହତ୍ୟା କଲେ OUAT ଆସିଷ୍ଟାଣ୍ଟ ପ୍ରଫେସର | ଝୁଲନ୍ତା ଅବସ୍ଥାରେ ସରକାରୀ କ୍ବାଟରରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି | ଗୋପବନ୍ଧୁ ଛକରେ ଥିବା ସରକାରୀ କ୍ୱାର୍ଟର V(F)_9ରୁ ମୃତଦେହ ଉଦ୍ଧାର କରି ମୃତଦେହ ସଂରକ୍ଷଣ ଗୃହକୁ ପଠାଇଲା ପୋଲିସ । ମୃତ ଆସିଷ୍ଟାଣ୍ଟ ପ୍ରଫେସର ହେଉଛନ୍ତି ବାସନ୍ତି ଜେନା ।

ମହିଳାଙ୍କ ସ୍ବାମୀ ଦେବି ପ୍ରସନ୍ନ ଦାସ ମଧ୍ୟ ଓୟୁଏଟିରେ ପ୍ରଫେସର ଅଛନ୍ତି । ତେବେ କେଉଁ କାରଣକୁ କେନ୍ଦ୍ର କରି ଆସିଷ୍ଟାଣ୍ଟ ପ୍ରଫେସର ଏଭଳି ନିଷ୍ପତ୍ତି ନେଲେ ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ପାରିବାରିକ ଚାପ କିମ୍ବା ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କଳହକୁ ନେଇ ଏପରି ହୋଇଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି । ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ପୋଷ୍ଟମଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ କଣ ତାହା ଜଣାପଡିବ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି

ଗତକାଲି ବିଳମ୍ବିତ ରାତିରେ ବାସନ୍ତୀଙ୍କ ମୃତଦେହ ଝୁଲୁଥିବା ଖବର ପାଇ ଖଣ୍ଡଗିରି ପୁଲିସ୍‌ ପହଞ୍ଚିଥିଲା। ଏହାପରେ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବାସନ୍ତୀଙ୍କ ଏକ ଶିଶୁ ପୁତ୍ର ଥିବା ବେଳେ କେଉଁ ପରିସ୍ଥିତିରେ ସେ ଏପରି ଚରମ ପଦକ୍ଷେପ ନେଲେ ତାହାର ଖୋଳତାଡ଼ କରୁଛି ପୁଲିସ୍‌। ଏନେଇ ପୁଲିସ୍‌ ତାଙ୍କ ନିକଟ ସମ୍ପର୍କୀୟ ଓ ପଡୋଶୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରୁଛି ।

ଏନେଇ ବାସନ୍ତୀଙ୍କ ସ୍ୱାମୀ ତଥା OUATରେ ଆସିଷ୍ଟାଣ୍ଟ ପ୍ରଫେସର ଥିବା ଦେବୀପ୍ରସନ୍ନ ଦାସ କହିଛନ୍ତି , , ଗତକାଲି ସେ ସ୍ୱାଭାବିକ ଥିଲା। ଅଫିସ ଯାଇଥିଲା। ଅଫିସରୁ ରାତି ୮ଟାରେ ଫେରିବା ପରେ ମୁଁ ପୁଅକୁ ଧରି ବାହାରକୁ ବୁଲିବାରୁ ଯାଇଥିଲା। ଏହାପରେ ଫେରିବା ପରେ ଗେଟ୍‌ରେ ତାଲା ପଡ଼ିଥିବା ଦେଖିବାକୁ ପାଇଥିଲି। କିଛି ସମୟ ପର୍ଯ୍ୟନ୍ତ ଗେଟ୍‌ ନ ଖୋଲିବାରୁ ପାଚେରି ଡେଇଁ ଭିତରକୁ ଆସି ମୃତଦେହ ଝୁଲୁଥିବା ଦେଖିଥିଲି।

ଆମ ବିବାହକୁ ୧୦ ବର୍ଷ ହୋଇ ସାରିଥିବା ବେଳେ ୬ ବର୍ଷର ପୁଅ ଅଛି । ଉଭୟ ଏକସଙ୍ଗେ ପାଠ ପଢ଼ିଥିଲୁ। ଚାକିରି କରିଥିଲୁ। ପ୍ରେମ ବିବାହ। ଆମ ଉପରେ ଚାପ ବୋଲି କିଛି ନ ଥିବା ବେଳେ ପୁଅର ସାମାନ୍ୟ ସମସ୍ୟା ଥିଲା, ଯାହାକୁ ନେଇ ସେ ଅଧିକାଂଶ ସମୟରେ ଚିନ୍ତାଗ୍ରସ୍ତ ରହୁଥିଲା। ଏହାବ୍ୟତୀତ ଆଉ କିଛି ସମସ୍ୟା ନ ଥିବା କହିଛନ୍ତି ଦେବୀପ୍ରସନ୍ନ ।

Related Posts