ସୋର ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଦୁର୍ଘଟଣା, ୨ ମୃତ, ୪ ଗୁରୁତର

ଆମ୍ବୁଲାନ୍ସ କୁ ଧକ୍କା ଦେଲେ କଣ୍ଟେନର | ଫଳରେ ଚାଲିଗଲା ୨ ଜୀବନ | ସୋରରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା | ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହେବା ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି | ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ ଘଟିଛି ଏହି ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥ ଦଣ୍ଡକାଳୀଠାରେ କଣ୍ଟେନର ସହ ଆମ୍ବୁଲାନ୍ସ ଧକ୍କା ହୋଇଛି । ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଜଣେ ଆମ୍ବୁଲାନ୍ସ ଚାଳକ ରହିଥିବା ଜଣାପଡିଛି । ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ମୃତାହତଙ୍କ ପରିଚୟ ମିଳିନାହିଁ ।

ତେବେ ଆମ୍ବୁଲାନ୍ସଟି ପଶ୍ଚିମବଙ୍ଗରୁ ରୋଗୀ ନେଇ କଟକ ଯିବାବେଳେ ଦୁର୍ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଆହତମାନଙ୍କ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Related Posts