ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଳିଆ ବୁହା ନହୋଇ ଖତ ହେଉଛି ପଞ୍ଚାୟତର ଆବର୍ଜନାବୁହା ଗାଡ଼ି । ତେବେ ଖଣ୍ଡପଡ଼ା ବ୍ଲକ୍ର ଅନେକ ପଞ୍ଚାୟତ ପାଇଁ ଦିଆଯାଇଥିବା ‘ଆବର୍ଜନାବୁହା ଗାଡ଼ି’ ବ୍ୟବହାର ନହୋଇ ଖତ ହେଉଛି। କେବଳ ଏହାନୁହେଁ ଯେଉଁ କିଛି ସ୍ଥାନରେ ବ୍ୟବହାର ହେଉଥିଲା ସେଠାରେ ଗାଡ଼ିଗୁଡ଼ିକ ଗାଁଗହଳିକୁ ଗଲେ ଆଉ କାର୍ଯ୍ୟାଳୟକୁ ଫେରୁନାହିଁ।
ଗୁଣ୍ଠୁଣି ପଞ୍ଚାୟତର ଆବର୍ଜନାବୁହା ଗାଡ଼ିଗୁଡ଼ିକର ଅବସ୍ଥାକୁ ଦେଖି ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୁଣ୍ଠୁଣି ପଞ୍ଚାୟତରେ ମାତ୍ର କିଛି ମାସ ପୂର୍ବେ ବ୍ୟାଟେରି ଚାଳିତ ଆବର୍ଜନାବୁହା ଗାଡ଼ି କିଣାଯାଇଥିଲା। କିନ୍ତୁ ସମ୍ପ୍ରତି ଏହିଗୁଡ଼ିକ ପଞ୍ଚାୟତର ପରିସରରେ ପଡ଼ି ଖତ ହେଉଛି।





