ଆଜିଠୁ କଟକ ଐତିହାସିକ ବାଲିଯାତ୍ରା; ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜିଠୁ କଟକ ଐତିହାସିକ ବାଲିଯାତ୍ରା । ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଉତ୍ସବ ଉଦ୍‌ଘାଟନ କରିବା ନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ବୋଟିଂ କ୍ଲବ୍‌ ପାଖରେ ଆସି ପହଞ୍ଚିବେ । ସେଠାରେ କିଛି ସମୟ ରହିବା ପରେ ପ୍ରସ୍ତୁତ ହୋଇଥିବା ସୁସଜ୍ଜିତ ବୋଇତରେ ବାଲିଯାତ୍ରା ପଡ଼ିଆକୁ ଆସିବେ । କଟକ ଇନ୍‌ କଟକ ପାଖରେ ହୋଇଥିବା ଘାଟରେ ମୁଖ୍ୟମନ୍ତ୍ରୀ ଓହ୍ଲାଇ କାର୍‌କେଡ୍‌ରେ ବୈଷ୍ଣବ ପାଣି ମଞ୍ଚରେ ପହଞ୍ଚିବେ । ପାରମ୍ପରିକ ରୀତିନୀତିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବାକୁ ବ୍ୟବସ୍ଥା ହୋଇଛି । ଚଳିତ ବର୍ଷ ତଳ ପଡ଼ିଆରେ ନୂଆ ରୂପରେଖ ସହ ବାଲିଯାତ୍ରା ଆୟୋଜନ କରାଯାଉଛି । ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ଆଉ ଗୋଟିଏ ଦିନ ବଢ଼ିବାର ଯୋଜନା ରହିଥିବା କୁହାଯାଉଛି । ଉଦ୍‌ଘାଟନୀ ଉତ୍ସବରେ ସନ୍ଧ୍ୟା ସାଢ଼େ ୫ଟାରେ ମହାନଦୀ ଆଳତି, ପୂଜା ଓ କୀର୍ତ୍ତନ ଏବଂ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହେବ । ପରେ ଗଣକବି ବୈଷ୍ଣବ ପାଣି ମଞ୍ଚରେ ମୁଖ୍ୟମନ୍ତ୍ରୀ ଉତ୍ସବକୁ ଉଦ୍‌ଘାଟନ କରିବେ ।

Related Posts