ଆଜି ଦାୟିତ୍ବ ନେବେ ନବନିଯୁକ୍ତ ଓଡିଶା ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ

ସରିଲା ଡିଜିପି ଅଭୟଙ୍କ କାର୍ଯ୍ୟକାଳ | ଆଜି ନବନିଯୁକ୍ତ ନୂଆ ଓଡିଶା ପୋଲିସ ମହାନିର୍ଦ୍ଦେଶକ ଭାବେ ଦାଇତ୍ୱ ଗ୍ରହଣ କରିବେ ସୁନୀଲ କୁମାର ବଂଶଲ | ଏନେଇ ସେ ଭୁବନେଶ୍ୱରରେ ପହଞ୍ଚିସାରିଥିବା ବେଳେ, ଅପରାହ୍ନ ୪ଟାରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଅଭୟଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ସୁନୀଲ । ବିମାନବନ୍ଦରରେ ପହଞ୍ଚିବା ପରେ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ବଂଶଲଙ୍କୁ ସ୍ବାଗତ କରିଥିଲେ । ଦୀର୍ଘ ୨୧ ବର୍ଷ ପରେ ଓଡିଶା ଆସିଛନ୍ତି ସୁନୀଲ ।

ପ୍ରକାଶ ଥାଉ କି ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି । ଏ ନେଇ ଗତ ୧୫ ତାରଖରେ ରାଜ୍ୟ ସରକାର କେନ୍ଦ୍ରୀୟ ଡେପୁଟେଶନରେ ଥିବା ୧୯୮୭ ବ୍ୟାଚ ଆଇପିଏସ ଅଫିସର ବଂଶଲଙ୍କୁ ଡିଜିପି ଭାବେ ନିଯୁକ୍ତି ଦେଇଥିଲେ । ଗତ ୨୭ ତାରିଖରେ କେନ୍ଦ୍ର ସରକାର ବଂଶଲଙ୍କୁ କେନ୍ଦ୍ରୀୟ ଡେପୁଟେସନ ଦାୟିତ୍ବରୁ ମୁକ୍ତ କରିଥିଲେ । ଗତ ଡିସେମ୍ବର 8 ତାରିଖରେ ନୂଆଦିଲ୍ଲୀରେ ୟୁପିଏସସି ଚେୟାରମ୍ୟାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଓଡ଼ିଶା ଡିଜିପି ମନୋୟନ କମିଟି ବୈଠକ ।ବୈଠକରେ ରାଜ୍ୟର ପୋଲିସ ଡିଜି ପଦବୀ ପାଇଁ ମୋଟ 12 ଜଣ ଯୋଗ୍ୟ IPSଙ୍କ ନାମ ମଧ୍ୟରୁ ବରିଷ୍ଠତା ଓ ମେରିଟ୍ ଆଧାରରେ ୩ ଜଣ IPSଙ୍କ ନାମ ସର୍ଟଲିଷ୍ଟ୍‌ ହୋଇଥିଲା । ସର୍ଟଲିଷ୍ଟ ତାଲିକା ରାଜ୍ୟ ସରକାରଙ୍କୁ ମିଳିଥିଲା । ତାଲିକାରେ ୧୯୮୬ ବ୍ୟାଚ୍‌ର ପ୍ରଦୀପ କପୁର, ୧୯୮୭ ବ୍ୟାଚ୍‌ର ସୁନୀଲ କୁମାର ବଂଶଲ ଓ ୧୯୮୮ ବ୍ୟାଚ୍‌ର ମନୋଜ କୁମାର ଛାବ୍ରାଙ୍କ ନାମ ରହିଥିଲା । ସୁନୀଲଙ୍କୁ ଡିଜିପି ଭାବେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ମୁଖ୍ୟମନ୍ତ୍ରୀ ।IPS ସୁନୀଲ କୁମାର ବଂଶଲ ମୟୂରଭଞ୍ଜରେ ଏସପି ଭାବେ କାର୍ଯ୍ୟ କରି ସାରିଛନ୍ତି । ଏହାପରେ ସୁନୀଲ କେନ୍ଦ୍ରୀୟ ଡେପୁଟେସନରେ ଚାଲିଯାଇଥିଲେ । ସୁନୀଲ ୨୭ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି କେନ୍ଦ୍ରୀୟ ଡେପୁଟେସନରେ ରହିଥିଲେ । ୧୯୮୮ ରେ ପ୍ରଥମେ ଢେଙ୍କାନାଳର ଅତିରିକ୍ତ ଏସପି ଭାବେ କାର୍ଯ୍ୟାରମ୍ଭ କରିଥିଲେ ସୁନୀଲ ବଂଶଲ । ୧୯୯୪ରେ କେନ୍ଦ୍ର ଡେପୁଟେସନରେ ଚାଲିଯାଇଥିଲେ । ୨୦୨୨ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ଥିବାରୁ ବଂଶଲଙ୍କ ପାଇଁ ଏହା ଚ୍ୟାଲେଞ୍ଜପୂର୍ଣ୍ଣ ହେବ ।

Related Posts