ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁସଂଖ୍ୟା ୬୭୫କୁ ବୃଦ୍ଧି, ରସୁୱା ଜଳବିଦ୍ୟୁତ ପ୍ରକଳ୍ପରୁ ୪ ଭାରତୀୟ ଉଦ୍ଧାର
କାଠମାଣ୍ଡୁ(ସତ୍ୟପାଠବ୍ୟୁରୋ): ପ୍ରଳୟଙ୍କାରୀ ବନ୍ୟା ନେପାଳରେ ବଜାର, ସ୍କୁଲ, ଘର, ରାସ୍ତା, ପାଓ୍ବାର…
କାଠମାଣ୍ଡୁ(ସତ୍ୟପାଠବ୍ୟୁରୋ): ପ୍ରଳୟଙ୍କାରୀ ବନ୍ୟା ନେପାଳରେ ବଜାର, ସ୍କୁଲ, ଘର, ରାସ୍ତା, ପାଓ୍ବାର…
ସତ୍ୟପାଠ ବ୍ୟୁରୋ, 29/08/2026: ବେଆଇନ ଫ୍ଲାଇ ଆସ୍ ଡମ୍ପିଂ: ବେଦାନ୍ତ ଉପରେ ୧.୪୬ କୋଟିର ପରିବେଶ କ…
ନେପାଳ ବନ୍ୟା ବିଭୀଷିକାରେ ସବୁ କିଛି ଛାରଖାର ହୋଇଯାଇଛି। ମାଟି ତଳୁ ଖୋଜୁଛନ୍ତି ପରିଜନଙ୍କ ମୃତଦେହ। ଧୀରେ ଧୀରେ ମୃତ୍ୟୁସଂଖ୍ୟା ବଢ଼ି ଚାଲିଥିବାବେଳେ ଆହୁରି ବଢ଼ିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଜଳ ପ୍ରଳୟ ଓ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୪୬୯ରେ ପହଞ୍ଚିଥିବା ବେଳେ ପ୍ରାୟ ୧୫ ଶହ ଲୋକ ଏବେ ବି ନିଖୋଜ ଅଛନ୍ତି ।
ନିମିଷକ ମଧ୍ୟରେ ସବୁକିଛି ନଷ୍ଟ ହୋଇ ମାଟିରେ ମିଶି ଯାଇଛି । ଭୟଙ୍କର ଜଳ ପ୍ରଳୟ ପରେ ଏବେ ସମଗ୍ର ନେପାଳରେ ଶ୍ମଶାନର ନୀରବତା ଛାଇଯାଇଛି । ସହର, ଗାଁ, ରାସ୍ତାଘାଟ ସବୁକିଛି ପଙ୍କକାଦୁଅର ବହଳ ଆସ୍ତରଣ ତଳେ ପୋତି ହୋଇଯାଇଛି । ଶହ ଶହ ବହୁତଳ କୋଠା ଓ ଯାନବାହନ ଭୂମିସାତ୍ ହୋଇଥିବା ବେଳେ ଲୋକମାନେ ନିଜ ସମ୍ପର୍କୀୟ ଓ ଘରଦ୍ୱାରକୁ ଖୋଜୁଛନ୍ତି ।
ଓଡ଼ିଶାରେ ବଜ୍ରପାତଜନିତ ମୃତ୍ୟୁ ଚିନ୍ତା ବଢ଼ାଇବାରେ ଲାଗିଛି। ବର୍ଷା ଋତୁରେ ଘନଘନ ବଜ୍ରପାତ ଯୋଗୁଁ ଅନେକ ଜୀବନ ଅକାଳରେ ଝରିପଡ଼ୁଛି। ବିଶେଷକରି ଖୋଲା ସ୍ଥାନରେ କାମ କରୁଥିବା ଚାଷୀ ଓ ଶ୍ରମିକମାନେ ଏହାର ଅଧିକ ଶିକାର ହେଉଛନ୍ତି। ସଚେତନତା ଓ ସତର୍କତା ଅଭାବରୁ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ହୀରାକୁଦ ଜଳଭଣ୍ଡାର ଉପକୂଳରେ ବଜ୍ରାଘାତ ଏବଂ ତଦଜନିତ ମୃତ୍ୟୁ ସଂଖ୍ୟା ଅଧିକ ହେବାରେ ଲାଗିଛି।
ଭୁବନେଶ୍ବର(ସତ୍ୟପାଠବ୍ୟୁରୋ) : ଦେଶର ବିଭିନ୍ନ ପ୍ରାନ୍ତରେ ମୌସୁମୀ ବାୟୁ ଅଧିକ ସକ୍ରିୟ ରହିଛି । ଏହ…
ଦିଲ୍ଲୀ-ଏନସିଆରରେ ବୃଦ୍ଧିପାଉଥିବା ପ୍ରଦୂଷଣକୁ ରୋକିବା ପାଇଁ ଆୟୋଗ ଫର୍ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କଡ଼ା ପଦକ୍ଷେପ ଗ୍ରହଣ କରିଛି। ବାୟୁ ଗୁଣବତ୍ତାକୁ ସୁଧାରିବା ତଥା ପରିବହନ ଜନିତ ପ୍ରଦୂଷଣକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଏନ-୧ ଏବଂ ଏନ-୨ ବର୍ଗର ମାଲବାହୀ ଯାନଗୁଡ଼ିକ ପାଇଁ ନୂତନ ପଞ୍ଜୀକରଣ ପାଇଁ ଘୋଷଣା କରାଯାଇଛି। ଆଗାମୀ ଦିନରେ ଏହି ଅଞ୍ଚଳରେ କେବଳ ବୈଦ୍ୟୁତିକ ଯାନ ଗୁଡ଼ିକୁ ମାଲବାହୀ ଯାନ ଭାବରେ ଅନୁମତି ଦିଆଯିବ।
ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଆଉ ୪ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଥିବାବେଳେ ମୋଟ ୧୪ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି।
ଏହାରି ମଧ୍ୟରେ ପଶ୍ଚିମ ସିକ୍କିମରେ ଭୟଙ୍କର ଭୂସ୍ଖଳନ ଘଟିଛି। ଗ୍ୟାଲସିଂ ଜିଲ୍ଲାର ୟୁକସମ୍ ସବ୍ ଡିଭିଜନ୍ ରିମ୍ବି ଓ ସିଙ୍ଗଲିତମ ଅଞ୍ଚଳରେ ଏହି ଭୂସ୍ଖଳନ ହୋଇଛି I ପାହାଡ଼ରୁ ମାଟି ଓ ପଥର ଲଗାତାର ତଳକୁ ଖସୁଥିବାରୁ ଜନବସତି ସହ ଚାଷଜମି ପ୍ରତି ବିପଦ ବଢ଼ିଛି I ଗତ ଶୁକ୍ରବାର ରାତିରୁ ଭୂସ୍ଖଳନ ଆରମ୍ଭ ହୋଇଥିବା ବେଳେ ଏହାପରେ ମଧ୍ୟ ପାହାଡ଼ ଓ ମାଟିର ଗତି ଜାରି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ବଢ଼ିଛି।
ବର୍ଷା ହେଲେ ବାହ୍ୟଜଗତରୁ ବିଚ୍ଛିନ୍ନ ହେଉଛି ଗାଁ। ଜରୁରୀ ଅବସ୍ଥାରେ ବି ଲୋକେ ବାହାରକୁ ବାହାରି ପାରୁ ନାହାନ୍ତି। ଆମ୍ବୁଲାନ୍ସ ଆସିଲେ ବି ଗାଁ ଭିତରକୁ ଯାଇ ପାରୁନି। ଏଭଳି ଦୁର୍ଦିନରେ ଦିନ ବିତାଉଛନ୍ତି ଦୁର୍ଗମ ଅଞ୍ଚଳବାସୀ। ଦେବଗଡ଼ ଜିଲ୍ଲାରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ବାରକୋଟ ବ୍ଲକ କାଳିଆପାଳ ଗ୍ରାମକୁ ବିଚ୍ଛିନ୍ନ ହୋଇଛି ଯୋଗାଯୋଗ। ନାଳରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ଆଗକୁ ଯାଇ ପାରିଲାନି ଆମ୍ବୁଲାନ୍ସ। ଗର୍ଭବତୀ ମହିଳାଙ୍କୁ ବୋହି ନାଳ ପାର କଲେ ଆଶା ଦିଦି ଓ ପରିବାର।
ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିବାବେଳେ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାର ୪ ଜିଲ୍ଲାରେ ଭୀଷଣ ବର୍ଷା ହୋଇଛି । ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ସେହିପରି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେଓଗଡ଼, ଅନୁଗୋଳ, ଢେଙ୍କାନାଳ, ଯାଜପୁର, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ଲଗାଣ ବର୍ଷା ଯୋଗୁ ଉତ୍ତର ଓଡ଼ିଶାରେ ବନ୍ୟା ପରିସ୍ଥିତି ଦେଖାଯାଇଥିବା ଏହା ଉପରେ ନଜର ରଖାଯାଇଛି। ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଥିବାରୁ ଗ୍ରାଉଣ୍ଡରେ ଅଧିକାରୀମାନେ ମୁତୟନ ଅଛନ୍ତି। ପ୍ରଭାବିତ ଅଞ୍ଚଳରେ ଲୋକଙ୍କୁ ସ୍ଥାନାନ୍ତରଣ ମଧ୍ୟ ଆରମ୍ଭ ହୋଇଛି। ଏନେଇ ଏସଆରସି ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି।
ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଥିବାବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପ଼ଡ଼ିଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଏହା ପ୍ରଭାବରେ ରାଜ୍ୟରେ ବର୍ଷା ପ୍ରକୋପ ବଢ଼ିବ । ଆସନ୍ତା ୫-୬ ଦିନ ଧରି ବର୍ଷା ଲାଗି ରହିବ ବିଭିନ୍ନ ଅଞ୍ଚଳରେ ।
ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ। ରାଜ୍ୟରେ ସପ୍ତାହେ ଅର୍ଥାତ୍ ୭ ଦିନ ଧରି ବର୍ଷା ଲାଗି ରହିବ। ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା ପାଖାପାଖି ବାଙ୍ଗଲାଦେଶ ଉପରେ ଘୁର୍ଣ୍ଣିବଳୟ ରହିଛି।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଉପୁଜିଛି କୃତ୍ରିମ ବନ୍ୟା ପରିସ୍ଥିତି। କର୍ଲାମୁଣ୍ଡା ବ୍ଲକ୍ ସାପଲହରା ପଞ୍ଚାୟତ ବାଞ୍ଜିପଦର ପ୍ରାଥମିକ ବିଦ୍ୟାଳୟରେ ଦୁଇ ଫୁଟ ବର୍ଷା ପାଣି ଜମି ରହିଛି।
ଲଗାଣ ବର୍ଷା ଯୋଗୁଁ ଲାଂଥ ନଦୀରେ ହଠାତ୍ ଜଳସ୍ତର ବଢ଼ିଯିବାରୁ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ପଞ୍ଚାୟତର ଟୁର୍ଚ୍ଚାଉପେର ନିକଟରେ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛି।
ମୁଷଳ ଧାରାରେ ଲଗାଣ ବର୍ଷା ଯୋଗୁଁ ମୁମ୍ବାଇରେ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଅନେକ ସ୍ଥାନରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୋଇଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।
ଚୀନ୍ର ହୁବେଇ ପ୍ରଦେଶରେ ଭୟଙ୍କର ଝଡ଼ ଏବଂ ପ୍ରବଳ ବର୍ଷା ହୋଇଥିବାବେଳେ ଏଥିରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ହୁବେଇର ଜରୁରୀକାଳୀନ ପରିଚାଳନା ବିଭାଗ ସୂଚନା ଦେଇଛି,