ଆମେରିକାରେ ଟ୍ରମ୍ପକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୭୦ ଲକ୍ଷ ଲୋକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆମେରିକାରେ ଟ୍ରମ୍ପକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ୭୦ ଲକ୍ଷ ଲୋକ । ତେବେ ନୋ କିଙ୍ଗ୍ସ ନାମରେ ଚାଲିଥିବା ଏହି ବିକ୍ଷୋଭ ଦେଶର ସମସ୍ତ ପ୍ରମୁଖ ସହରରେ ଜାରି ରହିଛି ଏବଂ ଟ୍ରମ୍ପଙ୍କ ଏକଚାଟିଆ ନୀତିକୁ ବିରୋଧ କରି ପ୍ରାୟ ୭୦ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଅନ୍ୟପକ୍ଷରେ ବିକ୍ଷୋଭକାରୀଙ୍କୁ ନିଶାଣ କରି ଟ୍ରମ୍ପ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ୍‌ ସୋସିଆଲ’ରେ ଏକ ଚାଞ୍ଚଲ୍ୟକର ଏଆଇ ଭିଡିଓ ସେୟାର କରି ରାଜନୈତିକ ବିତର୍କକୁ ଆହୁରି ତୀବ୍ର କରିଛନ୍ତି।

୧୯ ସେକେଣ୍ଡର ଏହି ଭିଡିଓରେ ଟ୍ରମ୍ପ ନିଜକୁ ‘କିଙ୍ଗ୍‌ ଟ୍ରମ୍ପ’ ଲେଖା ଥିବା ଏକ ଯୁଦ୍ଧ ବିମାନରେ ପାଇଲଟ ଭାବେ ଦେଖାଇ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ‘ନୋ କିଙ୍ଗ୍ସ’ ବିରୋଧୀଙ୍କ ଉପରେ ମଳ ବର୍ଷା କରୁଥିବା ଦୃଶ୍ୟ ଦେଖାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ଆର ବିଶ୍ଵରେ ଏନେଇ ଚର୍ଚ୍ଚା ଜର ଧରିଛି ।

Related Posts