ଆସନ୍ତା ୭ରେ ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଘାସିରାମଙ୍କ ପାଇଁ ମଗିବେ ଭୋଟ୍

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନୂଆପଡ଼ା ଉପନିର୍ବାଚନକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା । ଏହା ମଧ୍ୟରେ ଆସନ୍ତା ୭ରେ ନୂଆପଡ଼ା ପ୍ରଚାର ମୈଦାନକୁ ଓହ୍ଲାଇବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବୋଲି ସୂଚନା ମିଳିଛି । ତେବେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ପାଇଁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଭୋଟ୍ ମାବିବେ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ଆସନ୍ତା ୭ ତାରିଖରେ ରେବନ୍ତ ରେଡ୍ଡୀ ସାଲେଭଟାରେ ବିଶାଳ ସମାବେଶ କରି ନୂଆପଡ଼ା ଭୋଟରଙ୍କୁ ଭୋଟ୍ ମାଗିପାରନ୍ତି ବୋଲି ସେ ସୂଚନା ଦେଇଛନ୍ତି । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ନୂଆପଡ଼ା ଉପନିର୍ବାଚନର ଷ୍ଟାର ପ୍ରଚାରକ ରହିଛନ୍ତି ।

ଏ ନେଇ ସୂଚନା ଦେଇ ସୋସିଆଲ ମିଡିଆ ପୋଷ୍ଟରେ ଭକ୍ତ ଲେଖିଛନ୍ତି, ଆସନ୍ତା ୭ ତାରିଖ ଦିନ ନୂଆପଡ଼ା ଗସ୍ତରେ ଆସୁଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ନୂଆପଡ଼ା ଉପନିର୍ବାଚନର ଷ୍ଟାର ପ୍ରଚାରକ ରେବନ୍ତ ରେଡ୍ଡୀ । ଏହି ଅବସରରେ ନୂଆପଡ଼ା ସାଲେଭଟା ଠାରେ ଆୟୋଜିତ ହେବାକୁ ଥିବା ସମାବେଶ ସ୍ଥଳ ପରିଦର୍ଶନ କରି ସମସ୍ତ ବିଷୟର ସମୀକ୍ଷା କଲି । ଏହି ଅବସରରେ, ଆମ ଦଳର ପ୍ରାର୍ଥୀ ଘାସିରାମ ମାଝୀ, ବିଧାୟକ ଅଶୋକ ଦାସ, ପୂର୍ବତନ ଆଇଏଏସ ତଥା କଂଗ୍ରେସର ଜାତୀୟ ମୁଖପାତ୍ର ଅମିତ ହୁସେନ ଏବଂ ଆଲୋକ ବାବୁ ପ୍ରମୁଖ ଉପସ୍ଥିତ ଥିଲେ ବୋଲି କହିଛନ୍ତି ।

Related Posts