ଆସୁଛି ଆଉ ଏକ ଲଘୁଚାପ; ମାସ ଶେଷ ସୁଦ୍ଧା ୨ଟି ବାତ୍ୟା !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସୁଛି ଆଉ ଏକ ଲଘୁଚାପ । ମାସ ଶେଷ ସୁଦ୍ଧା ୨ଟି ବାତ୍ୟା ! ଆସନ୍ତା ୨୧ ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ । ୨୩ ତାରିଖ ବେଳକୁ ଅବପାତ ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। କିନ୍ତୁ ଏହା ଅଧିକ ଘନୀଭୂତ ହେବନି। ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ। ଉପକୂଳ ଛୁଇଁବା ପୂର୍ବରୁ ଅବପାତ ଦୁର୍ବଳ ହୋଇଯିବ ବୋଲି ବରିଷ୍ଠ କୃଷି ପାଣିପାଗବିତ୍‌ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆକଳନ କରିଛନ୍ତି। ଅବପାତ ପ୍ରଭାବରେ ରାଜ୍ୟରେ ୨୪ ତାରିଖରୁ ମଧ୍ୟମରୁ ଭାରୀ ବର୍ଷା ହେବ।୨୪ ତାରିଖରେ ଖୋର୍ଦ୍ଧା ସମେତ ଦକ୍ଷିଣ ଉପକୂଳ ଓ ଦକ୍ଷିଣ ଓଡ଼ିଶାର ସଂଲଗ୍ନ ଜିଲ୍ଲାରେ ମଧ୍ୟମ ପରିମାଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଭାରୀ ବର୍ଷା ଆଶଙ୍କା ଅଛି। ଉପକୂଳ ସଂଲଗ୍ନ ଅଞ୍ଚଳରେ ସବୁଠୁ ଅଧିକ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି।

Related Posts