ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଆଜିଠାରୁ ୩୦ ତାରିଖ ଯାଏ ୮ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି ବନ୍ଦ। ଏହି ସବୁ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିସନର୍ ଦେଓରଂଜନ ସିଂହ ସୂଚନା ଦେଇଛନ୍ତି । ଏଣେ ବର୍ଷା ସମୟରେ ଘରୁ ନ ବାହାରିବାକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଅନୁରୋଧ କରିଛନ୍ତି । ସେପଟେରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,ବାତ୍ୟାର ବଢ଼ୁଛି ଗତି । ପାଣିପାଗ ବିଭାଗର ସୂଚନା ଅନୁସାରେ ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶର ମଛଲିପାଟନମ ଓ କଳିଙ୍ଗପାଟଣା ମଝିରେ ଭୂପୃଷ୍ଠକୁ ସ୍ପର୍ଶ କରିବ । ଯାହା ଆଶା କରାଯାଉଛି ମାଲକାନଗିରି ଠାରୁ ବାତ୍ୟା ୨୦୦ କିମି ଦୂରରେ ଲ୍ୟାଣ୍ଡଫଲ୍ କରିବ । ତେଣୁ ମାଲକାନଗିରି ସର୍ବାଧିକ ପ୍ରଭାବିତ ହୋଇପାରେ ।





